ଆର.ମାଧବନଙ୍କ ସହ ଅଭିନୟ କରିବେ କଙ୍ଗନା
କଙ୍ଗନା ଆର. ମାଧବନଙ୍କ ସହ ଅଭିନୟ କରିବେ | ଉଭୟ ୮ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ |ତେଜସ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ କାମ ମଧ୍ୟ ଆରମ୍ଭ କରିଛନ୍ତି। ଶନିବାର ଦିନ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି | କଙ୍ଗନା ସୁଟିଂ ସମୟର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, “ଆଜି ଚେନ୍ନାଇରେ ଆମେ ଆମର ନୂଆ ଚଳଚ୍ଚିତ୍ର ସୁଟିଂ ଆରମ୍ଭ କଲୁ | ଏହା ଏକ ମନସ୍ତାତ୍ତ୍ୱିକ ଥ୍ରୀଲର ହେବାକୁ ଥିବାବେଳେ ଫିଲ୍ମର ନାମ ବାବଦରେ ଉଲ୍ଲେଖ କରିନାହାନ୍ତି | କଙ୍ଗନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ନିର୍ଦ୍ଦେଶକ ଏଲ୍ ବିଜୟଙ୍କ ସହ ଏକ ନୂଆ ଫିଲ୍ମ କରୁଛନ୍ତି। ସେ ନିର୍ଦ୍ଦେଶକଙ୍କ ସହ ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।