ଆଜିକାଲି ବଲିଉଡର ଅଭିନେତା ଭିକି କୌଶଳ ବହୁତ ବ୍ୟସ୍ତ ରହୁଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଫିଲ୍ମ ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ରିଲିଜ ହୋଇଥିଲା । ଏବେ ଖୁବଶିଘ୍ର ତାଙ୍କର ଆଉ ଏକ ଫିଲ୍ମ ପରଦାକୁ ଆସିବ । ଫିଲ୍ମଟିର ନାମ ହେଉଛି ‘ସ୍ୟାମ ବାହାଦୁର’ । ତେବେ ଏହି ଫିଲ୍ମରୁ ଭିକି କୌଶଲଙ୍କ ଏକ ପୋଷ୍ଟର ସାମ୍ନାକୁ ଆସିଛି । ଏବେ ଅଭିନେତା ଏହି ଫିଲ୍ମର ପ୍ରମୋସନରେ ଲାଗିଛନ୍ତି । ୧୪ ଅକ୍ଟୋବରରେ ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ କରାଯିବ । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଅନୁମାନ କରିପାରିବେ ଫିଲ୍ମଟି କିପରି ହୋଇଛି । ଏହି ଫିଲ୍ମରେ ଭିକି କୌଶଲ ଆର୍ମି ଅଫିସର ଭୂମିକାରେ ନଜରକୁ ଆସିବେ । ଏହା ପୂର୍ବରୁ ମଧ୍ୟ ଏହି ଅଭିନେତାଙ୍କୁ ୨ ଥର ଆର୍ମି ଅଫିସରର ରୋଲ ଦିଆଯାଇଛି ।‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ’ ରେ ଭିକି କୌଶଲ ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିଥିଲେ । ଫଲ୍ମରେ ତାଙ୍କ ନାମ ମେଜର ବିହାନ ଥିଲା । ଯିଏ ସର୍ଜିକାଲ ଷ୍ଟାଇକର ହେଡ ଥିଲେ । ଫିଲ୍ମରେ ତାଙ୍କର ପାଖାପାଖି ଥିବା ମୋହିତ ରେନ ଯିଏ ମେଜର କରଣଙ୍କ ଭୂମିକାରେ ଥିଲେ । ଏହି ଫିଲ୍ମର ଡାଇଲଗ ପାଇଁ ଭିକି ଦର୍ଶକମାନଙ୍କର ପସନ୍ଦରେ ଆସିଥିଲେ ।