ଜୁନିୟର ଏନଟିଆରଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍ ପକ୍ଷରୁ ପ୍ରକାଶ ପାଇଛି ‘ଆକ୍ଟର ବ୍ରାଞ୍ଚ୍’ର ଏକ ନୂଆ ତାଲିକା , ଯେଉଁଥିରେ ରହିଛି ଭାରତର ତେଲୁଗୁ ଅଭିନେତା ଜୁନିୟର ଏନ୍ଟିଆରଙ୍କ ନାମ। ଓସ୍କାରରେ ଫିଲ୍ମ ଆରଆରଆରର ସଫଳତା ପରେ ଅନ୍ତର୍ଜାତୀୟ ମଞ୍ଚରେ ଜୁନିୟର ଏନଟିଆରଙ୍କ ଏହା ଦ୍ୱିତୀୟ ବଡ଼ ସଫଳତା। ଓସ୍କାର,ର ଅଫିସିଆଲ୍ ପେଜ୍ ଅନୁଯାୟୀ ବୋର୍ଡ ଅଫ୍ ଗଭର୍ଣ୍ଣର୍ସଙ୍କ ନିମନ୍ତ୍ରଣକ୍ରମେ ‘ଆକ୍ଟର୍ସ ବ୍ରାଞ୍ଚ୍’ର ସଦସ୍ୟମାନେ ନିର୍ବାଚିତ ହୁଅନ୍ତି।
ଏକାଡେମୀ ଗୁରୁବାର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନୂଆ ସଦସ୍ୟଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଜୁନିୟର ଏନଟିଆରଙ୍କ ସହ ଓସ୍କାର ବିଜେତା କେ ହୁଏ କ୍ୱାନ୍, ମାର୍ଶା ଷ୍ଟେଫନି ବ୍ଲେକ୍, କେରି କଣ୍ଡନ ଏବଂ ରୋଜା ସାଲାଜର ରହିଛନ୍ତି। ‘ଆକ୍ଟରସ୍ ବ୍ରାଞ୍ଚ’ର ସଦସ୍ୟ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ବିଷୟରେ କହିବାକୁ ଗଲେ ଏହାର ସଦସ୍ୟମାନେ ମୋସନ୍ ପିକ୍ଚର କଳା ଓ ବିଜ୍ଞାନରେ ବିଶେଷ ଅବଦାନ ଦେବା କିମ୍ବା ଏଥିରେ ବିଶେଷ ପାରଦର୍ଶିତା ରଖିବା ଜରୁରୀ।ଏହାକୁ ନେଇ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ଲେଖିଛନ୍ତି- ‘ଆପଣ ଜୁନିୟର ଏନଟିଆରଙ୍କୁ ଏହି ତାଲିକାରେ ସାମିଲ କରିଥିବାରୁ ଖୁସି । ୯୫ତମ ଓସ୍କାର ସମାରୋହରେ ପ୍ରଥମ ଥର ପାଇଁ ଭାରତକୁ ଦୁଇଟି ପୁରସ୍କାର ମିଳିଥିଲା, ପ୍ରଥମ ପୁରସ୍କାର ଥିଲା ଫିଲ୍ମ ଆରଆରଆରର ଗୀତ ‘ନାଟୁ-ନାଟୁ’ ପାଇଁ ଶ୍ରେଷ୍ଠ ମୌଳିକ ଗୀତ ପାଇଁ ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post