ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା ଦାଏର

ଦକ୍ଷିଣ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨’ ପାଇଁ ଆଜିକାଲି ସମ୍ବାଦରେ ଅଛନ୍ତି। ସମୟ ସମୟରେ ଅଭିନେତାଙ୍କ ଫିଲ୍ମର ପୋଷ୍ଟର ରିଲିଜ୍ ହେଉଛି, ଯାହା ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛି । ଏହି ସମୟରେ ପୁଷ୍ପା ଅଭିନେତା ପୁଣିଥରେ ଆଲୋଚନାକୁ ଆସିଛନ୍ତି। ତେବେ ଏଥର ଅଭିନେତା ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ସମ୍ବାଦରେ ଅଛନ୍ତି। ବାସ୍ତବରେ, ଅଭିନେତା ଆଇନଗତ ମାମଲାରେ ଛନ୍ଦି ହୋଇ ଯାଇଛନ୍ତି ।୧୧ ମେ’ରେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ତାଙ୍କ ବନ୍ଧୁ ତଥା ୱାଇଏସଆରସିପି ବିଧାୟକ ଶିଳ୍ପା ରବିଙ୍କ ଘରକୁ ଯାଇଥିବା ନେଇ ଏକ ମାମଲା ରୁଜୁ ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଧାରା ୧୪୪ ବଳବତ୍ତର ରହିଛି। ଏପରି ପରିସ୍ଥିତିରେ, ବିନା ଅନୁମତିରେ କାହାକୁ ଭିଡ଼ ଜମା କରିବାକୁ ଅନୁମତି ଦିଆଯାଉ ନାହିଁ । ବିଧାୟକ ଶିଳ୍ପା ରବି ମଧ୍ୟ ଏଥର ନିର୍ବାଚନ ଲଢୁଛନ୍ତି।