ଅନ୍ନପୂର୍ଣ୍ଣି’ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ନୟନତାରା
ଫିଲ୍ମ ଅନ୍ନପୂର୍ଣ୍ଣିକୁ ନେଇ ବିବାଦ ଏବଂ ଏହାକୁ ନେଟଫ୍ଲିକ୍ସରୁ ହଟାଇବା ପରେ ଫିଲ୍ମର ଅଭିନେତ୍ରୀ ନୟନତାରା ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏବଂ ଫିଲ୍ମକୁ ନେଇ ଲୋକଙ୍କ ଆପତ୍ତି ଉଠାଇଛନ୍ତି । ଫିଲ୍ମ ଅନ୍ନପୂର୍ଣ୍ଣି ଜରିଆରେ ଆମେ ଲୋକଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ ଚାହୁଁଥିଲୁ, ଏହି ଫିଲ୍ମ ଲୋକଙ୍କୁ ପ୍ରେରଣା ଦେବା ପାଇଁ ତିଆରି କରାଯାଇଥିଲା ଏବଂ ଆମର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ ଦେବା ନୁହେଁ ବୋଲି ସେ କହିଛନ୍ତି ।ଆମେ ଏକ ସକାରାତ୍ମକ ବାର୍ତ୍ତା ଦେବା ପାଇଁ ଏକ ସଚ୍ଚୋଟ ପ୍ରୟାସ କରୁଥିଲୁ ଯାହା ଅଜାଣତରେ ଲୋକଙ୍କ ଭାବନାକୁ ଆଘାତ ଦେଇଥିଲା । ଆମେ ଆଶା କରିନଥିଲୁ ଯେ ସେନ୍ସର ବୋର୍ଡ ଦ୍ୱାରା ପାସ୍ ହୋଇଥିବା ଏବଂ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରକୁ ଓଟିଟିରୁ ହଟାଇ ଦିଆଯିବ ।