୨୪ହଜାର ୧୬୨ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ ୪ହଜାର ୯୫୪କୋଟି ୨୬ଲକ୍ଷ ଟଙ୍କାର ୩୧ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪ହଜାର ୧୬୨ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆକଳନ କରାଯାଇଛି ।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ମିଳିଥିବା ସୂଚନା ଅନୁସାରେ ଜଗତ୍‍ସିଂହପୁର, ବାଲେଶ୍ୱର, ରାୟଗଡା, ଢ଼େଙ୍କାନାଳ, ପୁରୀ ଆଦି ଜିଲ୍ଲାରେ ଏହିସବୁ ଶିଳ୍ପ ସ୍ଥାପନ କରାଯିବ । ୪୭୫ କୋଟି ଟଙ୍କାରେ ୧୦ଲକ୍ଷ ୯ହଜାର ୫୦୦ ମେଟ୍ରିକ୍‍ ଟନ୍‍ କ୍ଷମତାର ପ୍ୟାକେଜିଂ କଣ୍ଟେନର ଗ୍ଲାସ ଉତ୍ପାଦନ କେନ୍ଦ୍ର ହେବ ।