ୟୁଜିସି ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନଙ୍କ ପାଇଁ ଏକ ନୂଆ ଚେକ ଲିଷ୍ଟ ଜାରି କରାଯାଇଛି । ବିଶ୍ୱବିଦ୍ୟାଳୟର ୱେବସାଇଟକୁ ବିଶ୍ଲେଷଣ କରାଯିବା ପରେ ଆୟୋଗ ଏହି ଲିଷ୍ଟ ଜାରି କରିଛନ୍ତି । ଏଣିକି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏନେଇ ଅପଡେଟ୍ କରିବାକୁ ପଡ଼ିବ ।ଛାତ୍ରଛାତ୍ରୀ, ଅଭିଭାବକ, ରିସର୍ଚ୍ଚ ସ୍କଲାର୍ସ, ସରକାରୀ ଅଧିକାରୀ ଓ ପୂର୍ବ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟର ୱେବସାଇଟରୁ ତଥ୍ୟ ପ୍ରାପ୍ତ କରିବା ନେଇ ସମସ୍ୟାର ସାମ୍ନା କରିଥିଲେ । ତେଣୁ ଏଭଳି ସମସ୍ୟାକୁ ଧ୍ୟାନରେ ରଖି ୱେବସାଇଟକୁ ଅପଡେଟ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ମିଶନ ମୋଡ଼ରେ କାମ କରିବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ଚେକଲିଷ୍ଟରେ ୧୧ଟି କ୍ୟାଟୋଗୋରୀ ବିଷୟରେ କୁହାଯାଇଛି । ଆଡମିଶନ ଫର୍ମୂଲା ପ୍ରସ୍ତୁତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଜରୁରୀ ଟେଲିଫୋନ ନମ୍ବର, ୱେବସାଇଟ ଓ ବିଶ୍ୱବିଦ୍ୟାଳୟ ଲୋକପାଳ ବିଷୟରେ ସବୁ ତଥ୍ୟ ଜଣାଥିବା ଦରକାର ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post