ସ୍କୁଲ ଗେଟରେ ଝୁଲୁଛି ତାଲା । ପିଲା ଆସୁଛନ୍ତି ହେଲେ ସ୍କୁଲ ଗେଟରେ ତାଲା ପଡିଥିବାର ଦେଖି ଘରକୁ ଫେରୁଛନ୍ତି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍କୁଲର ଦୃଶ୍ୟ। ପ୍ରାଥମିକ ଶିକ୍ଷକ ସଂଘର ତିନି ଦଫା ଦାବି ନେଇ ଶିକ୍ଷକ,ଶିକ୍ଷୟତ୍ରୀମାନେ ଗଣଧାରଣା ଦେଇଛନ୍ତି । ଯାହା ଫଳରେ ଗାଁ ଗାଁରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ମାନଙ୍କରେ ଝୁଲୁଛି ତାଲା । ଏହାର ପ୍ରଭାବ ସିଧାସଳଖ ପଡିବାରେ ଲାଗିଛି ଛାତ୍ର ଛାତ୍ରୀଙ୍କ ଉପରେ ।ତିନି ଦିନ ହେଲା ଛାତ୍ରଛାତ୍ରୀ ମାନେ ସ୍କୁଲ ଆସୁଛନ୍ତି ହେଲେ ସ୍କୁଲ ଗେଟରେ ତାଲା ଝୁଲୁଥୁବାରୁ ପାଠ ପଢିନପାରି ଘରକୁ ଫେରୁଛନ୍ତି । ସ୍କୁଲ ଖୋଲାନହେବାରୁ ପିଲାମାନେ ଗାଁରେ ବୁଲି ଦିନ କଟାଉଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲା ମାନଙ୍କ ପାଠ ପଢା ଠପ୍ ହୋଇଥିବାରୁ ଅଭିଭାବକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post