ସିବିଏସ୍ଇ ବୋର୍ଡ ଏକାଦଶ, ଦ୍ୱାଦଶ ଛାତ୍ରଛାତ୍ରୀମାନେ ମାଗଣାରେ ପଢ଼ିପାରିବେ
ସିବିଏସଇ ପ୍ରିନ୍ସିପାଲଙ୍କୁ ଏନସିଇଆରଟି ଦ୍ୱାରା SWAYAM ପୋର୍ଟାଲରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରଦାନ କରାଯାଇଥିବା ଅନଲାଇନ୍ କୋର୍ସ ବିଷୟରେ ସୂଚନା ଦେଇଛି ।୧୧ ଟି ବିଷୟ ପାଇଁ ଏନସିଇଆରଟି ୨୮ ଟି କୋର୍ସ ଅଫର୍ କରୁଛି, ଯାହା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା SWAYAM ପ୍ଲାଟଫର୍ମ ଛାତ୍ରମାନଙ୍କ ପାଇଁ ଶିକ୍ଷାର ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ମାସିଭ୍ ଓପନ୍ ଅନ୍ଲାଇନ୍ କୋର୍ସ (MOOC) ପ୍ରଦାନ କରିଥାଏ । ଏନସିଇଆରଟି ନିଜେ ପୋର୍ଟାଲ୍ ମାଧ୍ୟମରେ ବିଭିନ୍ନ ବିଷୟକୁ କଭର କରୁଥିବା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଅନଲାଇନ୍ ପାଠ୍ୟକ୍ରମ ପ୍ରଦାନ କରୁଛି ।୧୩ ତମ ସାଇକଲରେ ଏନସିଇଆରଟି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୨୮ ଟି ଅନଲାଇନ୍ କୋର୍ସ ପ୍ରଦାନ କରୁଛି । ଏଥିରେ ସମୁଦାୟ ୧୧ ଟି ବିଷୟ ରହିଛି, ଯେଉଁଥିରେ ଆକାଉଣ୍ଟାଣ୍ଟି, ବିଜନେସ୍ ଷ୍ଟହୀ ଜୀବବିଜ୍ଞାନ, ରସାୟନ ବିଜ୍ଞାନ, ଅର୍ଥନୀତି, ଭୂଗୋଳ, ଗଣିତ, ପଦାର୍ଥ ବିଜ୍ଞାନ, ସାଇକୋଲୋ