ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି
ଦଶମ / ମାଧ୍ୟମ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଗତ ୧୬ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ମେ ୧୬ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ବିଜ୍ଞପ୍ତିକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୨୫ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ ନାହିଁ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ସଂଖ୍ୟାଲଘୁ, ମହିଳା, ଇବିସି ପ୍ରାର୍ଥୀମାନେ ୨୫୦ ଟଙ୍କା ଆବେଦନ ଫିସ୍ ଜମା କରିବେ । ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଫିସ୍ ରହିଛି । ପରୀକ୍ଷା ଦେବା ପରେ ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ରିଫଣ୍ଡ କରାଯିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।