ରେଲଓ୍ବେ ରିକ୍ରୁଟମେଣ୍ଟ ସେଲ ଏବଂ ଇଷ୍ଟନ ରେଲଓ୍ବେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି । ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ ରହିଛନ୍ତି ସେମାନେ ଆପ୍ଲିକେସନ ଲିଙ୍କ୍ ଆକ୍ଟିଭ ହେବା ପରେ ଆବେଦନ କରିପାରିବେ । ଏହି ନିଯୁକ୍ତି ଜରିଆରେ 3ହଜାର 115ଜଣଙ୍କୁ ମିଳିବ ଚାକିରି । ସେପ୍ଟେମ୍ବର 9 ତାରିଖରେ ଜାରି ହୋଇଛି ନୋଟିଫିକେସନ ।ପ୍ରକାଶଥାଉକି, ଆରଆରସି ଇଆଇଆଇ ଅପ୍ରେଣ୍ଟିସ ପଦ ପାଇଁ ବର୍ତ୍ତମାନ ଆବେଦନ ଆମ୍ଭ ହୋଇନାହିଁ । 24 ସେପ୍ଟେମ୍ବର ଆବେଦନ ତାରିଖ ରହିଥିବା ବେଳେ ଶେଷ ତାରିଖ ଅକ୍ଟୋବର 23 ରହିଛି । ଏହି ପଦବୀ ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଅଫିସିଆଲ ଓ୍ବେବସାଇଟ rrcer.org.କୁ ଯାଇ ଆବେଦନ କରିପାରିବେ ଆଶାୟୀ ।ଆରଆରସି ଇଆଇର ଅପ୍ରେଣ୍ଟିସ ପଦରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ ଅଧୀନରେ 10ମ ପାସ୍ ହୋଇଥିବା ଆବଶ୍ୟକ । କିନ୍ତୁ 50 ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ । ଏହାସହିତ ସମ୍ବନ୍ଧିତ ବିଭାଗରେ ଆଇଟିଆଇ ଏବଂ ଡିପ୍ଲୋମା ମଧ୍ୟ କରିଥିବା ଜରୁରୀ ଅଟେ । ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସିମାନଙ୍କ ପାଇଁ 100 ଟଙ୍କା ଫି ରହିଛି । କେବଳ ଅନଲାଇନରେ ହିଁ ଏହି ପେମେଣ୍ଟ କରିପାରିବେ । କହିରଖୁଛୁ କି, ଏହା ନନ ରିଫଣ୍ଡେବଲ ଅଟେ ଅର୍ଥାତ ଥରେ ପେମେଣ୍ଟ ହେବା ପରେ ଆଉ ଫେରସ୍ତ ହେବ ନାହିଁ । ତେବେ ଏହି ପଦବୀରେ ଚୟନ କରିବା ପାଇଁ କୌଣସି ପ୍ରକାରେ ପରୀକ୍ଷା ନାହିଁ ।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Prev Post
Next Post