ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର

ଯେଉଁ ଛାତ୍ରଛାତ୍ରୀ ୨୦୨୩ରେ ପଞ୍ଜୀକୃତ କରିଥିବେ ଏବଂ ଆସନ୍ତାବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବେ ସେମାନଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି । ଏହା ଅନୁଯାୟୀ, ବାର୍ଷିକ ପରୀକ୍ଷାରେ ଏଣିକି ଆଉ ୧୦୦ ମାର୍କ ନୁହେଁ, ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ହେବ। ପାସ୍ ହେବାକୁ ହେଲେ, ୩୦ ପ୍ରତିଶତ ଅର୍ଥାତ୍ ୨୪ ମାର୍କ ରଖିବା ବାଧ୍ୟତାମୂଳକ । ବାକି ୨୦ ମାର୍କ ଇଣ୍ଟରନାଲ୍ ପରୀକ୍ଷା ହେବ ।ପରୀକ୍ଷାରେ ଜଣେ ଯେତେ ନମ୍ବର ରଖିବ, ତାହା ମୂଳ ନମ୍ବର ସହ ଯୋଡ଼ାଯାଇ ମୋଟ୍ ମାର୍କ ବୋଲି ଧରାଯିବ । ହେଲେ ଥିଓରି ମାର୍କ ସହ ଯୋଡାଯାଇ ତାକୁ ପାସ୍ ମାର୍କ ବୋଲି ଧରାଯିବ ନାହିଁ। ଉଦାରଣସ୍ୱରୁପ ଯଦି ଜଣେ ପରୀକ୍ଷାର୍ଥୀ ଇଣ୍ଟରନାଲରେ ୨୦ରୁ ୧୫ ମାର୍କ ପାଇଥିବେ, କିନ୍ତୁ ଥିଓରୀ ପରୀକ୍ଷାରେ ୮୦ରୁ ୧୯ ମାର୍କ ରଖିଥିବେ, ତେବେ ସେ ପାସ୍ କରିପାରିବେ ନାହିଁ । ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ବା CHSE, CBSE ଭଳି ଜାତୀୟ ସ୍ତରୀୟ ବୋର୍ଡ ପରିକ୍ଷା ଢାଞ୍ଚାରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବାରୁ ଏଣିକି ଆଉ ମାତୃଭାଷା କିମ୍ବା ଇଂରାଜୀରେ ପିଲାଙ୍କୁ ରଚନା ଲେଖିବାକୁ ପଡିବନି । କିମ୍ବା ୧୦ ମାର୍କିଆ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବି ଆସିବନି । ନୂଆ ଢାଞ୍ଚାରେ ହେବାକୁ ଥିବା ପରୀକ୍ଷାରେ ଅତିକମରେ ୨୦ଟି ଏକ ମାର୍କିଆ MCQ ବାଧ୍ୟତାମୂଳକ । କୌଣସି ବିଷୟରେ ୧୦ମାର୍କ ବିଶିଷ୍ଟ ପ୍ରଶ୍ନ ରହିବନି । କଳା ବିଭାଗରେ ସର୍ବାଧିକ ୮ ମାର୍କିଆ ପ୍ରଶ୍ନ ରହିବ । ସେହିପରି ବାଣିଜ୍ୟ ଏବଂ ବିଜ୍ଞାନରେ ସର୍ବାଧିକ ୫ ମାର୍କ ବିଶିଷ୍ଟ ପ୍ରଶ୍ନ ରହିବ । ୨ ମାର୍କର ପ୍ରଶ୍ନର ଉତ୍ତର ୪୦ ରୁ ୫୦ ଶବ୍ଦ, ୩ ମାର୍କର ପ୍ରଶ୍ନର ଉତ୍ତର ୬୦ରୁ ୮୦ ଶବ୍ଦ, ୫ ମାର୍କ ପ୍ରଶ୍ନର ଉତ୍ତର ୧୨୦ରୁ ୧୫୦ ଏବଂ ୮ ମାର୍କ ପ୍ରଶ୍ନର ଉତ୍ତର ୩ଶହରୁ ୩ଶହ ୫୦ ଶବ୍ଦ ଭିତରେ ଜଣେ ଲେଖିପାରିବେ ।

ଓସିଏସସି  ଦ୍ଵାରା କରାଯାଇଥିବା ପରୀକ୍ଷା ବାତିଲ ପରେ ଏବେ ଆଶାୟୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି

ଓସିଏସସି  ଦ୍ଵାରା କରାଯାଇଥିବା ପରୀକ୍ଷା ବାତିଲ ପରେ ଏବେ ଆଶାୟୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। କାହିଁକି ଭୁଲ ପ୍ରଶ୍ନ ପତ୍ର ଆସିଲା, ସେଥିପାଇଁ ଦାୟୀ କିଏ?  ଖାମଖିଆଲି ଭାବେ ପରୀକ୍ଷା କରୁଛନ୍ତି କି ଦାୟିତ୍ୱରେ ଥିବା ଅଧିକାରୀ? ସରକାରୀ ଚାକିରି ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରୁଛନ୍ତି ଆଶାୟୀ । କମିସନ ପରୀକ୍ଷା ତାରିଖ ଘୋଷଣା କରିବା ପରେ, ଆଶାୟୀମାନେ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଥାନ୍ତି । ହେଲେ ପରୀକ୍ଷାରେ ବାରମ୍ବାର ଏଭଳି ବିଭ୍ରାଟ ପରୀକ୍ଷାର୍ଥୀଙ୍କୁ ହତାସ କରୁଛି । ଏଭଳି ଘଟଣା ଆଶାୟୀଙ୍କ ମନୋବଳକୁ ଆହୁରି ଦୁର୍ବଳ କରିପକାଉଛି।

ବାରମ୍ବାର ପରୀକ୍ଷାରେ ବିଭ୍ରାଟ ଓ ଦୁର୍ନୀତି ଖବର ସାମ୍ନାକୁ ଆସିଲେ ମଧ୍ୟ ସରକାରୀସ୍ତରରେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହେଉ କିମ୍ବା ଟଙ୍କା ନେଇ ଚାକିରି ଦେବା ଭଳି ପ୍ରସଙ୍ଗ ସାମ୍ନାକୁ ଆସୁଛି । ତେଣୁ ଯେଉଁମାନେ ପରୀକ୍ଷା ଦାୟିତ୍ୱରେ ଅଛନ୍ତି, ସେମାନେ ଅତ୍ୟନ୍ତ ଗୁରୁତ୍ତର ସହିତ କାର୍ଯ୍ୟ ତୁଲେଇବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ।  ପରୀକ୍ଷା ବାତିଲ କରିବା ଆଦୌ ସମସ୍ୟାର ସମାଧାନ ନୁହେଁ ବୋଲି ମତ ପ୍ରକାଶ ପାଇଛି। କାହିଁକି ଏଭଳି ସ୍ଥିତି ଉପୁଜୁଛି ସେନେଇ ତର୍ଜମା କରି ସୁଧାରିବାର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ପ୍ରାଶାସନିକ ଅଧିକାରୀ।

 

ସରିଲା ନିଟ୍‌-ୟୁଜି ପରୀକ୍ଷା , ଜୁନ 14 ରେ ପ୍ରକାଶ ପାଇବ ଫଳ

ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନିଟ୍‌-ୟୁଜି ପରୀକ୍ଷା ଆଜି ଶେଷ ହୋଇଛି। ଚଳିତ ବର୍ଷ ସାରା ଦେଶରେ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଦେଶର ୧୪ଟି ସହର ସମେତ ଦେଶର ୫୫୨ଟି ସହରରେ ୫,୪୫୩ ପରୀକ୍ଷା କେନ୍ଦ୍ର ହୋଇଥିଲା। ଓଡ଼ିଶାର ୨୭ ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୯୦% ହୋଇଥିବା ଜଣାପଡ଼ିଛି। ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ହୋଇଥିବା ବେଳେ ଓଡ଼ିଶାରେ ଇଂରାଜୀ, ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରଶ୍ନପତ୍ର ଆସିଥିଲା।

ଭୁବନେଶ୍ବରର ଦୁଇଟି କେନ୍ଦ୍ରରେ ଅବ୍ୟବସ୍ଥା‌ ହୋଇଥିବା ନେଇ ଅଭିଯୋଗ ଆସିଛି। କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ପରୀକ୍ଷାର୍ଥୀଙ୍କୁ ଧାର୍ଯ୍ୟ ସମୟରେ ପ୍ରଶ୍ନପତ୍ର ମିଳି ନ ଥିବା ଅଭିଯୋଗ ହୋଇଛି। ଜଣେ ଅଭିଭାବକ କହିଛନ୍ତି ଯେ ଧାର୍ଯ୍ୟ ସମୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଇ ନ ଥିଲା। ପିଲାମାନେ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। ପାଖାପାଖି ୪୫ ମିନିଟ୍‌ ବିଳମ୍ବରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ମିଳିଥିଲେ ମଧ୍ୟ ଉତ୍ତର ଲେଖିବାକୁ ଅଧିକ ସମୟ ଦିଆଯାଇ ନ ଥିଲା। ପ୍ରଶ୍ନପତ୍ର ଥିବା ରୁମ୍‌ ଚାବି ନ ମିଳିବାରୁ ଏଭଳି ଅସୁବିଧା ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରର ରୁମ୍‌ ନମ୍ବର ୧୮ରେ ୨୫ ମିନିଟ୍‌ ପରେ ପ୍ରଶ୍ନପତ୍ର ବଣ୍ଟନ ହୋଇଥିଲା। ତେବେ ପିଲାଙ୍କୁ ଅଧିକ ସମୟ ଦିଆଯାଇ ନ ଥିଲା। ତେଣୁ ପରୀକ୍ଷାର୍ଥୀମାନେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଏବଂ କର୍ତ୍ତୃପକ୍ଷ ତାହାକୁ ଗ୍ରହଣ କରିଥିବା ଜଣାପଡ଼ିଛି।ଏହି ଗୁରୁତ୍ବପୂର୍ଣ୍ଣ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବଢ଼ାଯାଇଥିଲା। କାଗଜ ଓ କଲମରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଡ୍ରେସ୍‌କୋଡ୍ ଲାଗୁ ହୋଇଥିଲା। ମୋବାଇଲ୍, ଇୟର ଫୋନ୍, ପେନ୍ ଡ୍ରାଇଭ୍, ମାଇକ୍ରୋଫୋନ୍, ଘଣ୍ଟା ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ପରୀକ୍ଷା ହଲ୍‌କୁ ନେବାକୁ ଅନୁମତି ନ ଥିଲା। ପାଣି ବୋତଲ ଉପରେ ମଧ୍ୟ କଟକଣା ଲାଗିଥିଲା। ମଧୁମେହ କିମ୍ବା ଅନ୍ୟ କୌଣସି ଜଟିଳ ରୋଗରେ ଥିବା ପରୀକ୍ଷାର୍ଥୀଙ୍କ ଲାଗି ଖାଦ୍ୟ, ଔଷଧ ଓ ଟ୍ରାନ୍ସପେରେଣ୍ଟ ପାଣି ବୋତଲ ନେବାକୁ ଅନୁମତି ଦିଆଯାଇଥିଲା। ପେନ୍-ପେନ୍‌ସିଲ୍, ରବର, କାଗଜ, ସ୍କେଲ୍, କାଲ୍‌କୁଲେଟର୍‌, ଜ୍ୟାମିତି ବାକ୍ସ, ଲଗ୍ ଟେବୁଲ୍, ପର୍ସ, ବେଲ୍ଟ, ଚଷମା, ଟୋପି, ଅଳଙ୍କାର, କ୍ୟାମେରା ଆଦି ସାମଗ୍ରୀ ନେବାକୁ ଅନୁମତି ଦିଆଯାଇନଥିଲା। ଯେଉଁମାନେ ଉକ୍ତ ସାମଗ୍ରୀ ଆଣିଥିଲେ, ସେମାନେ ବାହାରେ ରଖି କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ। କପି ରୋକିବାକୁ ଏଆଇ ଟୁଲ୍‌ର ବ୍ୟବହାର ହୋଇଥିଲା। ଜୁନ୍‌ ୧୪ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ,ମେ 5 ରୁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ତେବେ ଏହି ପରୀକ୍ଷା ଫଳକୁ ନେଇ ଆପଣ ସନ୍ତୁଷ୍ଟ ନାହାନ୍ତି କି? ଅଧିକ ମାର୍କ ରଖିବାର ଆଶା ଥିଲା ଓ ଚେକିଂ ପାଇଁ ଆବେଦନ କରିବାକୁ ଚାଁହୁଛନ୍ତି କି? ଯଦି ହଁ, ତେବେ ଜାଣନ୍ତୁ କେବେଠାରୁ ଆପଣ ରିଚେକିଂ ପାଇଁ ଆବେଦନ କରିବେ | ୭୨ ଘଣ୍ଟା ପରେ ୱେବସାଇଟ୍ https://bsedigicertificate.odisha.gov.in/ ମାଧ୍ୟମରେ ଡିଜିଟାଲ୍ ମାଟ୍ରିକ୍ ପ୍ରମାଣପତ୍ର ପାଇପାରିବେ ଛାତ୍ରଛାତ୍ରୀ । ଏଥିସହ ହ୍ବାଟ୍ସଆପ ନମ୍ବର 77100-58192 ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ ।

ମେ’ ୫ ରୁ ମେ’ ୧୬  ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ । ଅନଲାଇନ୍‌ ମାଧ୍ୟମରେ ହାଇସ୍କୁଲ ସାର୍ଟିଫିକେଟ୍ ଛାତ୍ରଛାତ୍ରୀ ଆବେଦନ କରିପାରିବେ ଏବଂ ଅଫଲାଇନ୍‌ SOCS ଏବଂ ମଧ୍ୟମା ଛାତ୍ରଛାତ୍ରୀ ଆବେଦନ କରିବେ । ଉଲ୍ଲେଖ ଥାଉ କି ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨  ହଜାର ୪୧୭ ଜଣ  ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪ ଲକ୍ଷ ୮୪ ହଜାର ୮୬୩  ଜଣ ପାସ୍ ହୋଇଛନ୍ତି ।  ଚଳିତଥର ପାସ୍‌ହାର ୯୪.୯୩ % ରହିଛି । ସେହିପରି ଛାତ୍ରଙ୍କ ପାସ୍‌ହାର ୯୪  % ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୬ % ରହିଛି । ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ ।

ରାଜ୍ୟର  ୩୨୭୩  ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଚଳିତବର୍ଷ ରେଗୁଲାର୍‌ରେ ୫ଲକ୍ଷ ୧୦ ହଜାର ୭୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ  ୫ ଲକ୍ଷ ୨  ହଜାର ୪୧୭ ଜଣ  ରେଗୁଲାର୍ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪  ଲକ୍ଷ ୮୪ ହଜାର ୮୬୩  ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ୨  ଲକ୍ଷ ୪୦ ହଜାର ୨୫୧ ଜଣ ଛାତ୍ର ପାସ୍ ହୋଇଥିବା ବେଳେ ୨ ଲକ୍ଷ ୪୪  ହଜାର ୬୧୨ ଜଣ ଛାତ୍ରୀ ପାସ୍ କରିଛନ୍ତି ।

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ବାଜିମାରିଲେ ଛାତ୍ରୀ

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ଼ ମୁଖ୍ୟାଳୟରେ ପ୍ରକାଶ ପାଇଲା ରେଜଲ୍ଟ. । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର କମିଛି । ଗତ ବର୍ଷ ପାସ୍ ହାର ୯୬.୨୭ ପ୍ରତିଶତ ଥିଲା । ଏ୧ରେ ୧୮୧୨, ଏ୨ରେ ୧୨,୨୦୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ବି୧ରେ ୩୮,୮୩୧ ଏବଂ ବି୨ରେ ୮୪,୯୭୧ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି ।  ଛାତ୍ରଛାତ୍ରୀ ବୋର୍ଡ଼ର ୱେବସାଇଟ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ରେ ସନ୍ଧ୍ୟା ୬ ଟା ପରଠୁ ନିଜ ଫଳାଫଳ ଚେକ୍ କରିପାରିବେ  । ଗଜପତି ଜିଲ୍ଲାରେ ସର୍ବାଧିକ ୯୯. ୩୫ ପ୍ରତିଶତ ପାସ୍ ହାର ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ୯୨.୮୩ ପ୍ରତିଶତ ପାସ୍ ହାର ରହିଛି । ସେହିଭଳି କଟକରେ ପାସ୍‌ହାର ରହିଛି ୯୭.୬୮%। ଜଗତସିଂହପୁରରେ ୯୭.୦୯ %, ଯାଜପୁରରେ ୯୫.୦୪ %, କେନ୍ଦ୍ରାପଡାରେ ୯୬.୪୧%, ରାୟଗଡାରେ ୯୭.୩୩ %, ମାଲକାନଗିରିରେ ୯୬.୪୧ %, ନବରଙ୍ଗପୁର ରେ ୯୫.୧୭ % ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେହିଭଳି, ଅନଗୁଳରେ ୯୫.୮୮ %, ଢେଙ୍କାନାଳରେ ୯୩.୭୧ %, ପୁରୀରେ ୯୭.୧୭ %, ଖୋର୍ଦ୍ଧାରେ ୯୭.୩୧ %, ନୟାଗଡ଼ରେ ୯୬.୯୧ %, ବାଲେଶ୍ୱରରେ ୯୭.୫୬ %, ଭଦ୍ରକରେ ୯୫.୬୭%, କେନ୍ଦୁଝରରେ ୯୪.୩୦ %, ମୟୂରଭଞ୍ଜରେ ୯୬.୯୯% ପାସ୍‌ହାର ରହିଛି । ଗଞ୍ଜାମରେ ୯୮.୧୦%, ବୌଦ୍ଧରେ ୯୭.୪୧ %, କନ୍ଧମାଳରେ ୯୭.୪୫ %, କଳାହାଣ୍ଡିରେ ୯୫.୨୨ %, ନୂଆପଡାରେ ୯୭.୦୫%, ବରଗଡ଼ରେ ୯୭.୦୯ %, ସମ୍ୱଲପୁରରେ ୯୭.୨୬%, ଦେବଗଡ଼ରେ ୯୬.୧୭ % ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଝାରସୁଗୁଡାରେ ୯୭.୮୭ %, ବଲାଙ୍ଗୀରରେ ୯୫.୪୮ %, ସୋନପୁରରେ ୯୬.୨୨%, ସୁନ୍ଦରଗଡ଼ରେ ୯୭.୬୧% ପାସ୍ ହାର ରହିଛି ।

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ 4ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା 6ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୫, ୧୦, ୭୭୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ଅଛନ୍ତି ମୋଟ୍ ୫, ୨୨, ୩୩୬ ଜଣ ପରୀକ୍ଷାର୍ଥୀ ।ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଏହା ଭିତରେ କିଛି ପିଲା ସମର କୋର୍ସରେ ପାଠ ପଢ଼ା ଆରମ୍ଭ କରିଛନ୍ତି । କିନ୍ତୁ ରେଜଲ୍ଟ ବାହାରିବା ପରେ ଭବିଷ୍ୟତରେ କଣ ପଢ଼ିବେ ସେନେଇ କାଲି ଚୂଡାନ୍ତ ନିଷ୍ପତ୍ତି ନେବେ । ଏବର୍ଷ ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ପ୍ରଶ୍ନ ଆସିଥିବାରୁ ପରୀକ୍ଷାର୍ଥୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ ।