କର୍ମଚାରୀ ଚୟନ ଆୟୋଗ ଅର୍ଥାତ୍ SSC ପକ୍ଷରୁ ଗ୍ରେଡ୍ ସି’ ଷ୍ଟେନୋଗ୍ରାଫର ପଦବୀ ଲାଗି ଆବେଦନ କରିବାର ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି ପଦବୀରେ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁମାନେ ଏଥିପାଇଁ ଆବେଦନ କରିନାହାନ୍ତି ସେମାନେ ଅଫିସିଆଲ ୱେବସାଇଟ୍ ssc.nic.in କୁ ଯାଇ ଆବେଦନ କରିପାରିବେ ।ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ଲାଗି ଆବେଦନ କରିବାର ଶେଷ ତାରିଖ ୨୧ ଅକ୍ଟୋବର ୨୦୨୩କୁ ବୃଦ୍ଧି କରାଯାଇଛି । ଏହି ପରୀକ୍ଷା ସିବିଟି ମୋଡ୍ରେ ଆୟୋଜିତ ହେବ । ପରୀକ୍ଷା ଫେବୃୟାରୀ-ମାର୍ଚ୍ଚ ୨୦୨୪ରେ ଆୟୋଜିତ ହେବ ।ଖାଲିଥିବା ପଦ: ୨୦୨୦ ବର୍ଷ ଲାଗି ୧୨୭,୨୦୨୧ବର୍ଷ ଲାଗି ୧୩୪ ଏବଂ ୨୦୨୨ ଲାଗି ୩୬ ।ପ୍ରାର୍ଥୀ ଅନଲାଇନ୍ ଆବେଦନ ପତ୍ର ଭରିବା ପରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ଅଫିସିଆଲ ୱେସାଇଟରେ ଦିଆଯାଇଥିବା ଠିକଣାରେ ଏହା ପଠାଇବେ । ତେବେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ ଅଫିସିଆଲ ବିଜ୍ଞପ୍ତିକୁ ଭଲ ଭାବରେ ପଢିନେବା ଉଚିତ ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post
Next Post