ପ୍ରାଥମିକ ଶ୍ରେଣୀରେ ପଢାଉଥିବା ପିଲାଙ୍କୁ ‘ଶିକ୍ଷା ପ୍ରବେଶ’ ଏବେ ବାଟ କଢାଇବ । ଆଦ୍ୟ ଓ ଶୈଶବ ଶିକ୍ଷା ସହ ପ୍ରାଥମିକ ଶିକ୍ଷାର ସମନ୍ୱୟ କରାଯିବ । ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛନ୍ତି । ଅଙ୍ଗନାବାଡି ପରେ ଛାତ୍ରଛାତ୍ରୀ ଯେତେବେଳେ ପ୍ରଥମ ଶ୍ରେଣୀରେ ନାମ ଲେଖାନ୍ତି, ସେତେବେଳେ ସେମାନେ ପ୍ରାଥମିକ ସ୍କୁଲ ସହ ଖାପ ଖୁଆଇ ପାରନ୍ତି ନାହିଁ । ଯାହାଫଳରେ କି ପିଲାମାନେ ଅନେକ ସମୟରେ ସ୍କୁଲରେ ଉପସ୍ଥିତ ରୁହନ୍ତି ନାହିଁ ।ସୂଚନା ଅନୁଯାୟୀ, ବର୍ତ୍ତମାନ ପିଲାଙ୍କ ଭୟ ଦୂର କରିବା ପାଇଁ ଏବଂ ଉତ୍ତମ ଭବିଷ୍ୟତର ଚିନ୍ତା କରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ପ୍ରାଥମିକ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିକାଶ ପ୍ରତି ଗୁରୁତ୍ୱ ଦିଆଯିବ । ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ‘ଶିକ୍ଷା ପ୍ରବେଶ’ ପୁସ୍ତକ ଅଧ୍ୟୟନ କରିବେ । ଏହି ପୁସ୍ତକ ପଢିବା ଦ୍ୱାରା ପିଲାଙ୍କ ବୁଦ୍ଧିରେ ବିକାଶ ହେବା ସହ ସେମାନଙ୍କୁ ପାଠପାଢା ପ୍ରତି ଆକୃଷ୍ଟ କରିବ । ‘ଶିକ୍ଷା ପ୍ରବେଶ’ଟି ଏସସିଇଆରଟି ଢାଞ୍ଚାରେ ପ୍ରସ୍ତୁତ ହୋଇଛି, ଏହି ପୁସ୍ତକକୁ ପ୍ରଥମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post
Next Post