ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିଟ-ପିଜି ପ୍ରବେଶିକା ପରୀକ୍ଷାରେ ଶୂନ ମାର୍କ ରଖିଥିଲେ ମଧ୍ୟ ପ୍ରାର୍ଥୀ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଏମଡି, ଏମଏସ ପରି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀରେ ନାମଲେଖାଇ ପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଟ୍ ଅଫକୁ ହ୍ରାସ କରି ଶୂନ କରିଦିଆଯାଇଛି ।ପୂର୍ବରୁ ସାଧାରଣ ବର୍ଗ ପାଇଁ ୫୦, ପିଡବ୍ଲ୍ୟୁଡି ପାଇଁ ୪୫, ଅଣସଂରକ୍ଷିତ ବର୍ଗ ପାଇଁ ୪୦ ପ୍ରତିଶତ ମାର୍କ ରହିଥିଲା । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଫେଡେରେସନ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ ସିଟ୍ ଖାଲି ପଡ଼ୁଥିବା ବେଳେ ଏଣିକି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପିଜି ସିଟରେ ଆଡମିଶନ ନେଇପାରିବେ ବୋଲି ଫେରେଡରେସନ ଅଫ୍ ରେସିଡେଣ୍ଟସ ଡାକ୍ତର ଆସୋସିଏସନ ପକ୍ଷରୁ କୁହାଯାଇଛି ।ଯଦି କଟ୍ ଅଫ୍ ଶୂନ୍ୟ କରାଯିବ ତେବେ ନିଟ୍ ପିଜ୍ ପରୀକ୍ଷା କ’ଣ ପାଇଁ କରାଯାଉଛି ବୋଲି ସୋସିଆଲ ମିଡ଼ିଆରେ କିଛି ମେଡିକାଲ ଗ୍ରାଜୁଏଟସ ଓ ସିନିୟର ଡାକ୍ତର ପ୍ରତିକ୍ରିୟା ଦେଇଛନ୍ତି । ଏଣିକି ଶୂନ୍ୟ ଓ ନେଗେଟିଭ୍ ମାର୍କଧାରୀ ନାମଲେଖାଇବା ଯୋଗ୍ୟ ହୋଇଯିବେ ବୋଲି ସେମାନେ କହିଛନ୍ତି । ନିଟ-ପିଜି କଟ୍ ଅଫ୍ ଶୂନ ପରସେଣ୍ଟାଇଲ କରିବା ଫଳରେ ରୋଗୀଙ୍କର ସୁରକ୍ଷା ବିପଦରେ ପଡ଼ିଯିବ ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post
Next Post