ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିଟ-ପିଜି ପ୍ରବେଶିକା ପରୀକ୍ଷାରେ ଶୂନ ମାର୍କ ରଖିଥିଲେ ମଧ୍ୟ ପ୍ରାର୍ଥୀ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଏମଡି, ଏମଏସ ପରି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀରେ ନାମଲେଖାଇ ପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଟ୍ ଅଫକୁ ହ୍ରାସ କରି ଶୂନ କରିଦିଆଯାଇଛି ।ପୂର୍ବରୁ ସାଧାରଣ ବର୍ଗ ପାଇଁ ୫୦, ପିଡବ୍ଲ୍ୟୁଡି ପାଇଁ ୪୫, ଅଣସଂରକ୍ଷିତ ବର୍ଗ ପାଇଁ ୪୦ ପ୍ରତିଶତ ମାର୍କ ରହିଥିଲା । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଫେଡେରେସନ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ ସିଟ୍ ଖାଲି ପଡ଼ୁଥିବା ବେଳେ ଏଣିକି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପିଜି ସିଟରେ ଆଡମିଶନ ନେଇପାରିବେ ବୋଲି ଫେରେଡରେସନ ଅଫ୍ ରେସିଡେଣ୍ଟସ ଡାକ୍ତର ଆସୋସିଏସନ ପକ୍ଷରୁ କୁହାଯାଇଛି ।ଯଦି କଟ୍ ଅଫ୍ ଶୂନ୍ୟ କରାଯିବ ତେବେ ନିଟ୍ ପିଜ୍ ପରୀକ୍ଷା କ’ଣ ପାଇଁ କରାଯାଉଛି ବୋଲି ସୋସିଆଲ ମିଡ଼ିଆରେ କିଛି ମେଡିକାଲ ଗ୍ରାଜୁଏଟସ ଓ ସିନିୟର ଡାକ୍ତର ପ୍ରତିକ୍ରିୟା ଦେଇଛନ୍ତି । ଏଣିକି ଶୂନ୍ୟ ଓ ନେଗେଟିଭ୍ ମାର୍କଧାରୀ ନାମଲେଖାଇବା ଯୋଗ୍ୟ ହୋଇଯିବେ ବୋଲି ସେମାନେ କହିଛନ୍ତି । ନିଟ-ପିଜି କଟ୍ ଅଫ୍ ଶୂନ ପରସେଣ୍ଟାଇଲ କରିବା ଫଳରେ ରୋଗୀଙ୍କର ସୁରକ୍ଷା ବିପଦରେ ପଡ଼ିଯିବ ।
Trending
- ପୂଜା ପାଇଁ ଭୁବନେଶ୍ବରରେ ଅସମ୍ଭାଳ ଭିଡ଼ , ଟ୍ରାଫିକ ଜାମ୍ ଦେଖି ଲୋକେ ଘରୁ ବାହାରିବାକୁ କୁନ୍ଥୁକୁନ୍ଥୁ ଶ୍ରଦ୍ଧାଳୁ
- ଆସିଲା ବିହାରର ଚୂଡ଼ାନ୍ତ ଭୋଟର ତାଲିକା
- ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ
- ମଣ୍ଡପରେ ପବିତ୍ର ମହାସପ୍ତମୀ ଆଜି
- ଭୁବନେଶ୍ୱର ମହନଗରରେ ଚଳିତ ବର୍ଷ ୧୭୨ ପୂଜା ମଣ୍ଡମରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛି
- ତାମିଲନାଡ଼ୁ ଦଳାଚକଟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ
- ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ
- ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଘଟିଛି ବଡ଼ ଦୁର୍ଘଟଣା, ଦଳାଚକଟା ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ
- ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଆଗକୁ ବଢୁଛି
- ଆଜି ଝାରସୁଗୁଡ଼ା ଆସୁଛନ୍ତି ମୋଦି
Prev Post
Next Post