ନିଟ ୟୁଜି ପରୀକ୍ଷାର ବିବାଦ
ସୁପ୍ରିମକୋର୍ଟ ନିଟ ୟୁଜି ପରୀକ୍ଷା ବିବାଦ ମାମଲାର ଶୁଣାଣି କରିପାରନ୍ତି । ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ଏନଟିଏ ଏବଂ କେନ୍ଦ୍ର ସରକାରଙ୍କୁ ସମସ୍ତ ରିପୋର୍ଟ ଦେବାକୁ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ସତ୍ୟପାଠର ରିପୋର୍ଟ ଦାଖଲ କରିଛନ୍ତି ।ସରକାର କହିଛନ୍ତି ଯେ ତଥ୍ୟ ଅନୁସାରେ କୌଣସି ବଡଧରଣର ପରୀକ୍ଷାରେ ଅନିୟମିତତା ହୋଇଥିବାର ସଂକେତ ମିଳିନାହିଁ । ଏହି ନିଟ-ୟୁଜିର ଆଉଥରେ ପରୀକ୍ଷାକୁ ସରକାର ସମର୍ଥନ କରୁନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ନିଟର କାଉନସେଲିଂ ଚଳିତ ମାସରେ ହେବ ବୋଲି ଏନଟିଏ ସୁପ୍ରିମକୋର୍ଟକୁ ସ୍ପଷ୍ଟ କରିଛି ।