ଡିଗ୍ରୀ ପିଲାଙ୍କ ନୂଆ ଡ୍ରେସ

ଭାରତୀୟ ଶିକ୍ଷା ସଂସ୍ଥାର ଦୀକ୍ଷାନ୍ତ ସମାରୋହରେ ଏଣିକି ଚଳିବନି କଳା ଗାଉନ୍ ଏବଂ ଟୋପି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ କେନ୍ଦ୍ରୀୟ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି କରିଛି । ଏହି କାର୍ଯ୍ୟକ୍ରମରେ କଳା ଗାଉନ୍ ଏବଂ ଟୋପି ପରିବର୍ତ୍ତେ ଇଣ୍ଡିଆନ୍ ପୋଷାକ ପିନ୍ଧିବା ପାଇଁ ଚିଠି ଲେଖି ପରାମର୍ଶ ଦିଆଯାଇଛି । ଦୀକ୍ଷାନ୍ତ ସମାରୋହରେ ଛାତ୍ରଛାତ୍ରୀମାନେ ପିନ୍ଧୁଥିବା କଳା ଗାଉନ୍ ଏବଂ ଟୋପି ସ୍ଥାନରେ ଭାରତୀୟ ସଭ୍ୟତାର ପୋଷାକକୁ ସ୍ଥାନ ଦେବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।ମନ୍ତ୍ରାଳୟ କହିଛି ଯେ, ଏହି ସମ୍ମିଳନୀ ପାଇଁ ଡ୍ରେସ୍ କୋଡ୍ ଅନୁଷ୍ଠାନ ଥିବା ରାଜ୍ୟର ବେଶଭୁଷା ଏବଂ ପରମ୍ପରା ଉପରେ ଆଧାରିତ ହେବା ଉଚିତ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନ ମନ୍ତ୍ରଣାଳୟର ବିଭିନ୍ନ ଅନୁଷ୍ଠାନ ଦୀକ୍ଷାନ୍ତ ସମାରୋହ ସମୟରେ କଳା ଗାଉନ୍ ଏବଂ କ୍ୟାପ୍ ବ୍ୟବହାର କରାଯାଉଛି। ମଧ୍ୟଯୁଗରେ ୟୁରୋପରେ ଏହି ପୋଷାକର ଧାରା ଆରମ୍ଭ ହୋଇଥିଲା । ଏହି ପରମ୍ପରା ହେଉଛି ଏକ ଉପନିବେଶିକ ଉତ୍ତରାଧିକାରୀ ଯାହା ପରିବର୍ତ୍ତନ ହେବା ଆବଶ୍ୟକ ।ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ଏମ୍ସ ଏବଂ ଆଇଏନଆଇଏସ ସମେତ ଡାକ୍ତରୀ ପାଠ ପଢାଯାଉଥିବା ମନ୍ତ୍ରଣାଳୟର ବିଭିନ୍ନ ଅନୁଷ୍ଠାନରେ ସମାରୋହ ପାଇଁ ଉପଯୁକ୍ତ ଭାରତୀୟ ଡ୍ରେସ କୋଡ୍ ପ୍ରସ୍ତୁତ କରିବେ । ତେବେ ଏହା ରାଜ୍ୟର ସ୍ଥାନୀୟ ପରମ୍ପରା ଉପରେ ଆଧାରିତ ହେବା ଆବଶ୍ୟକ ।