ପୁଣିଥରେ ହେବ ଇଂରାଜୀ ପରୀକ୍ଷା । ବୋର୍ଡ ପରୀକ୍ଷାର ଇଂରାଜୀ ପେପର୍ ରଦ୍ଦ ହେବା ନେଇ ଜାଣିବାକୁ ମିଳିଛି । ହରିୟାଣା ଶିକ୍ଷା ବୋର୍ଡର ଅଧ୍ୟକ୍ଷ ନୁହ ଜିଲ୍ଲାର ପରୀକ୍ଷା କେନ୍ଦ୍ର ଉପରେ ରେଡ୍ କରି ୩୩ଟି କପି ମାମଲା ଧରିଛନ୍ତି । ସେହିପରି ୨ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପିଲାଙ୍କ ଇଂରାଜୀ ପେପର ପରୀକ୍ଷା ରଦ୍ଦ କରି ଦିଆଯାଇଛି । ତେବେ ଏ ନେଇ ପରୀକ୍ଷା ସମ୍ବନ୍ଧିତ ସମସ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେଇଛି । ହରିୟାଣା ବ୍ୟତୀତ ଅନ୍ୟ ରାଜ୍ୟମାନଙ୍କରେ ସୁରୁଖୁରୁରେ ପରୀକ୍ଷା ପରିଚାଳିତ ହୋଇଥିବା ବେଳେ ୧୦୧ କେନ୍ଦ୍ରରେ କପି ହେବା ନେଇ ଜାଣିବାକୁ ମିଳିଛି ।ହରିୟାଣା ବିଦ୍ୟାଳୟ ଶିକ୍ଷା ବୋର୍ଡ ଅଧ୍ୟକ୍ଷ ଡା. ବି.ପି. ଯାଦବ କହିଛନ୍ତି ଯେ, ନହୁ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ତାଙ୍କର ନିଜ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଅଚାନକ ଏକ ତଦନ୍ତ କରିଥିଲା । ତେବେ ଏହି ରେଡରେ ୩୩ ଟି କପି ମାମଲା ରେକର୍ଡ କରାଯାଇଛି । ଯାଞ୍ଚ ସମୟରେ କିଛି ଯୁବକଙ୍କ ମୋବାଇଲରେ ପ୍ରଶ୍ନପତ୍ରର ଫଟୋ ମିଳିବାରୁ ସେମାନଙ୍କୁ ଗିରଫ କରାଯାଇଛି । ତେବେ ଫଟୋରେ ଥିବା ପ୍ରଶ୍ନପତ୍ରର କ୍ୟୁଆର କୋଡ୍ ଏବଂ ହିଡେନ୍ ଫିଚର୍ସକୁ ଡି-କୋଡ କରିବା ପରେ ନିକି ମଡେଲ ପବ୍ଲିକ ସ୍କୁଲ, ପିଙ୍ଗାୱାନରୁ ଏହା ଭାଇରାଲ ହୋଇଥିବା ଜଣାପଡିଛି । ତେବେ ବିଦ୍ୟାଳୟର ନିର୍ଦ୍ଦେଶକ ଏବଂ କର୍ମଚାରୀମାନେ ନିଜେ ଫଟୋ ଉଠାଇ ଭାଇରାଲ କରିଥିବା ନେଇ ତଦନ୍ତରୁ ପ୍ରକାଶ ପାଇଛି । ତେଣୁ ଏହି କେନ୍ଦ୍ରଗୁଡ଼ିକରେ ପରୀକ୍ଷାର ନିୟମ ଉଲ୍ଲଂଘନ ହେତୁ ଦଶମ ଶ୍ରେଣୀ ଇଂରାଜୀ ବିଷୟର ପରୀକ୍ଷା ବାତିଲ କରାଯାଇଛି।ଏହାପରେ ବୋର୍ଡ ଅଧ୍ୟକ୍ଷ କହିଛନ୍ତି ଯେ, ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱରେ ଥିବା ପ୍ରମୁଖ କେନ୍ଦ୍ର ଅଧୀକ୍ଷକ, କେନ୍ଦ୍ର ଅଧୀକ୍ଷକ, ପର୍ଯ୍ୟବେକ୍ଷକଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦାୟିତ୍ୱରେ ଅବହେଳା ଅଭିଯୋଗରେ ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍ ଦିଆଯାଇଛି ।
Trending
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
Next Post