ପୁଣିଥରେ ହେବ ଇଂରାଜୀ ପରୀକ୍ଷା । ବୋର୍ଡ ପରୀକ୍ଷାର ଇଂରାଜୀ ପେପର୍ ରଦ୍ଦ ହେବା ନେଇ ଜାଣିବାକୁ ମିଳିଛି । ହରିୟାଣା ଶିକ୍ଷା ବୋର୍ଡର ଅଧ୍ୟକ୍ଷ ନୁହ ଜିଲ୍ଲାର ପରୀକ୍ଷା କେନ୍ଦ୍ର ଉପରେ ରେଡ୍ କରି ୩୩ଟି କପି ମାମଲା ଧରିଛନ୍ତି । ସେହିପରି ୨ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପିଲାଙ୍କ ଇଂରାଜୀ ପେପର ପରୀକ୍ଷା ରଦ୍ଦ କରି ଦିଆଯାଇଛି । ତେବେ ଏ ନେଇ ପରୀକ୍ଷା ସମ୍ବନ୍ଧିତ ସମସ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେଇଛି । ହରିୟାଣା ବ୍ୟତୀତ ଅନ୍ୟ ରାଜ୍ୟମାନଙ୍କରେ ସୁରୁଖୁରୁରେ ପରୀକ୍ଷା ପରିଚାଳିତ ହୋଇଥିବା ବେଳେ ୧୦୧ କେନ୍ଦ୍ରରେ କପି ହେବା ନେଇ ଜାଣିବାକୁ ମିଳିଛି ।ହରିୟାଣା ବିଦ୍ୟାଳୟ ଶିକ୍ଷା ବୋର୍ଡ ଅଧ୍ୟକ୍ଷ ଡା. ବି.ପି. ଯାଦବ କହିଛନ୍ତି ଯେ, ନହୁ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ତାଙ୍କର ନିଜ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଅଚାନକ ଏକ ତଦନ୍ତ କରିଥିଲା । ତେବେ ଏହି ରେଡରେ ୩୩ ଟି କପି ମାମଲା ରେକର୍ଡ କରାଯାଇଛି । ଯାଞ୍ଚ ସମୟରେ କିଛି ଯୁବକଙ୍କ ମୋବାଇଲରେ ପ୍ରଶ୍ନପତ୍ରର ଫଟୋ ମିଳିବାରୁ ସେମାନଙ୍କୁ ଗିରଫ କରାଯାଇଛି । ତେବେ ଫଟୋରେ ଥିବା ପ୍ରଶ୍ନପତ୍ରର କ୍ୟୁଆର କୋଡ୍ ଏବଂ ହିଡେନ୍ ଫିଚର୍ସକୁ ଡି-କୋଡ କରିବା ପରେ ନିକି ମଡେଲ ପବ୍ଲିକ ସ୍କୁଲ, ପିଙ୍ଗାୱାନରୁ ଏହା ଭାଇରାଲ ହୋଇଥିବା ଜଣାପଡିଛି । ତେବେ ବିଦ୍ୟାଳୟର ନିର୍ଦ୍ଦେଶକ ଏବଂ କର୍ମଚାରୀମାନେ ନିଜେ ଫଟୋ ଉଠାଇ ଭାଇରାଲ କରିଥିବା ନେଇ ତଦନ୍ତରୁ ପ୍ରକାଶ ପାଇଛି । ତେଣୁ ଏହି କେନ୍ଦ୍ରଗୁଡ଼ିକରେ ପରୀକ୍ଷାର ନିୟମ ଉଲ୍ଲଂଘନ ହେତୁ ଦଶମ ଶ୍ରେଣୀ ଇଂରାଜୀ ବିଷୟର ପରୀକ୍ଷା ବାତିଲ କରାଯାଇଛି।ଏହାପରେ ବୋର୍ଡ ଅଧ୍ୟକ୍ଷ କହିଛନ୍ତି ଯେ, ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱରେ ଥିବା ପ୍ରମୁଖ କେନ୍ଦ୍ର ଅଧୀକ୍ଷକ, କେନ୍ଦ୍ର ଅଧୀକ୍ଷକ, ପର୍ଯ୍ୟବେକ୍ଷକଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦାୟିତ୍ୱରେ ଅବହେଳା ଅଭିଯୋଗରେ ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍ ଦିଆଯାଇଛି ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post