ପରୀକ୍ଷା ଋତୁ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡ ପରୀକ୍ଷା ଚାଲିଛି । ତେବେ ଏହା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ନୂଆ ନିୟମ । ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲକୁ ନିଜ ଆନସର ଶିଟ୍ ନେଇ ଯିବେ । ୫ମ, ଅଷ୍ଟମ ଓ ୯ମ ଶ୍ରେଣୀ ପିଲାମାନେ ନିଜ ଆନସର ଶିଟ୍ ନେଇ ବୋର୍ଡ ପରୀକ୍ଷା ଦେବାକୁ ଯିବେ ବୋଲି କୁହାଯାଇଛି ।ସୂଚନା ମୁତାବକ, କର୍ଣ୍ଣାଟକ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ (ଡିଏସଇଏଲ) ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । କର୍ଣ୍ଣାଟକ ରାଜ୍ୟ ପରୀକ୍ଷା ଓ ଆସେସମେଣ୍ଟ ବୋର୍ଡ (କେଏସଇଏବି) ପକ୍ଷରୁ ମାର୍ଚ୍ଚ ୧୧ରୁ ୧୮ ପର୍ଯ୍ୟନ୍ତ ପରୀକ୍ଷା ଆରମ୍ଭ ହେବ । ଗତ ୨୦୨୨-୨୩ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କୁ ଡିଏସଇଏଲ ପକ୍ଷରୁ ମାଗଣାରେ ଆନସର ବୁକଲେଟ୍ ପ୍ରଦାନ କରାଯାଇଥିଲା । ମାତ୍ର ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କୁ କେବଳ ପ୍ରଶ୍ନପତ୍ର ଓ ଗୋଟିଏ ଛାତ୍ରଛାତ୍ରୀଙ୍କ ସୂଚନା ପାଇଁ ଗୋଟିଏ ଶିଟ୍ ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏହି ନୂଆ ବାବଦରେ ଅବଗତ କରାଯାଇଛି ।
Trending
- ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ
- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ
- ସୁସ୍ଥ ହେଉଛନ୍ତି ନବୀନ
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
- ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ
- ଆମେ କାହାର ପକ୍ଷ ନୁହେଁ, କାହାର ବିପକ୍ଷ ନୁହେଁ , ଆମେ ସମସ୍ତଙ୍କ ସମକକ୍ଷ
- ଟ୍ରାଫିକ ଜାମରୁ ମୁକ୍ତି ପାଇବ ଦିଲ୍ଲୀ-ଏନସିଆର
- ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା
- ବିହାରରେ ନିର୍ବାଚନ: ଭୋଟର ଅଧିକାର ଯାତ୍ରା କରୁଛି କଂଗ୍ରେସ
- ଆସୁଛି ଲଘୁଚାପ, ୨୦ ଯାଏଁ ବର୍ଷା
Prev Post
Next Post