ଦୁଇବର୍ଷିଆ ବି.ଏଡ୍ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ ଡିଗ୍ରୀଧାରୀ କନିଷ୍ଠ ଶିକ୍ଷକ ପାଇଁ ଯୋଗ୍ୟ ହେବେ । ଏହି ବି.ଏଡ୍ ପ୍ରାର୍ଥୀଙ୍କୁ କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି ମିଳିଛି । ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ) ପକ୍ଷରୁ ଏନେଇ ସ୍ପଷ୍ଟିକରଣ ଜାରି କରାଯିବା ପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଏହି କ୍ରମରେ ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବି.ଏଡ୍ କରିଥିବା ଛାତ୍ରଛାତ୍ରୀଙ୍କୁ କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତିରେ ସ୍ୱତନ୍ତ୍ର ଶିକ୍ଷାରେ ବର୍ଷିକିଆ ବି.ଏଡ ପ୍ରାର୍ଥୀଙ୍କୁ ସାମିଲ କରାଯାଇଥିବା ବେଳେ ଦୁଇବର୍ଷିଆ ବି.ଏଡ୍ ପ୍ରାର୍ଥୀଙ୍କୁ ବାଦ୍ ଦିଆଯାଇଥିଲା । ଫଳରେ ଏହାକୁ ନେଇ ବିବାଦ ଉପୁଜିବାସହ ଅଧିକ ପାଠ ପଢ଼ିଥିବା ପ୍ରାର୍ଥୀଙ୍କୁ କେଉଁ ଆଧାରରେ ବାଦ୍ ଦିଆଯାଉଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠିଥିଲା । ମାତ୍ର ଏବେ ଏନସିଟିଇ ପକ୍ଷରୁ ସ୍ପଷ୍ଟିକରଣ ଜାରି କରାଯାଇ ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ କରିଥିବା ପ୍ରାର୍ଥୀଙ୍କୁ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସାମିଲ କରାଯିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ୨୦୦୪-୦୫ ଶିକ୍ଷାବର୍ଷ ଠାରୁ ବର୍ଷିକିଆ ବି.ଏଡ୍ ଦୁଇବର୍ଷିଆ ବି.ଏଡରେ ରୂପାନ୍ତରିତ ହୋଇଥିଲା । ଏନସିଟିଏର ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟର ବହୁ ଦୁଇବର୍ଷିଆ ବି.ଏଡ୍ ଧାରୀ ବିଶେଷ ଭାବେ ଉପକୃତ ହେବେ ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post