ଆସୋସିଏଟ୍ ପ୍ରଫେସର ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେପ୍ଟେମ୍ବର ୪ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଏଥିପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯିବ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜରେ ଗ୍ରୁପ-ଏ’ରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏ ବାବଦରେ ସବିଶେଷ ସୂଚନା ପାଇବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।ମୋଟ ୮ଟି ପଦ ଖାଲି ରହିଥିବା ବେଳେ ୟୁଆର, ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ୱାର୍କଶପ ସୁପରିଟେଣ୍ଡେଣ୍ଟ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଷୟରେ ଆସୋସିଏଟ୍ ପ୍ରଫେସର ପଦ ପୂରଣ ହେବ । ଯୋଗ୍ୟ ପ୍ରାର୍ଥୀଙ୍କୁ ୧,୩୧,୪୦୦ ଟଙ୍କା ଏଣ୍ଟ୍ରି ପେ ପ୍ରଦାନ କରାଯିବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୬୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।ପ୍ରାର୍ଥୀ ପ୍ରାସଙ୍ଗିକ କ୍ଷେତ୍ରରେ ପିଏଚ.ଡି ଡିଗ୍ରୀ ହାସଲ କରିବା ସହିତ ପ୍ରାସଙ୍ଗିକ ବ୍ରାଞ୍ଚରେ ସ୍ନାତକ କିମ୍ବା ସ୍ନାତକୋତ୍ତରରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବେ । ପ୍ରାର୍ଥୀଙ୍କର ଅତି କମରେ ୬ଟି ରିସର୍ଚ୍ଚ ଏସସିଆଇ ଜର୍ଣ୍ଣାଲସ/ ୟୁଜିସି/ ଏଆଇସିଟିଇ ମଞ୍ଜୁରୀପ୍ରାପ୍ତ ଲିଷ୍ଟ ଅଫ୍ ଜର୍ଣ୍ଣାଲ୍ସରେ ପ୍ରକାଶିତ ହୋଇଥିବ । ପ୍ରାର୍ଥୀଙ୍କର ଅତିକମରେ ୮ ବର୍ଷର ଶିକ୍ଷାଦାନ / ରିସର୍ଚ୍ଚ କ୍ଷେତ୍ରରେ ଅଭିଜ୍ଞତା ରହିଥିବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ମୋଟ ରିସର୍ଚ୍ଚ ସ୍କୋର ୭୫ ରହିଥିବା ଆବଶ୍ୟକ ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍