ଚଳିତ ବର୍ଷ ୫ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭୮୩୧ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେହିପରି ରାଜ୍ୟରେ ମୋଟ ୩,୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ଟି ନୋଡାଲ କେନ୍ଦ୍ର କରାଯାଇଥିଲା। ତେବେ ମାର୍ଚ୍ଚ ୪ ତାରିଖରୁ ଏହି ମାଟ୍ରିକ ପରୀକ୍ଷା ଶେଷ ହୋଇଥିବା ବେଳେ ଆଜିଠାରୁ ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ମୂଲ୍ୟାୟନ କାର୍ୟ୍ୟ ଆରମ୍ଭ ହେବ।ପରୀକ୍ଷକମାନଙ୍କ ତାଲିମ ଶେଷ ହୋଇଛି। ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇସାରିଛନ୍ତି। ସେହିପରି ଜିଲ୍ଲା ଶିକ୍ଷାଧିକାରୀମାନେ ମୂଲ୍ୟାୟନ କେନ୍ଦ୍ର ପରିଚାଳନାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ରାଜ୍ୟରେ ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନ ଆରମ୍ଭ ହେବାର ୧୫ ଦିନ ମଧ୍ୟରେ ଖାତାଦେଖା କାର୍ୟ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅପେକ୍ଷା କରି ବସିଛନ୍ତି। ଫଳାଫଳ ପ୍ରକାଶ ପାଇବା ଆରମ୍ଭ ହୋଇଯିବ କଲେଜ ନାମଲେଖା ପ୍ରକ୍ରିୟା।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Prev Post
Next Post