ଅଲଗା ହେବ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ
ଆଜି ସ୍ୱାଧୀନତା ଦିବସ ଅବସରରେ କ୍ରୀଡ଼ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ ଯୁକ୍ତ ୨ ଓ ଯୁକ୍ତ ୩ ଅଲଗା ହେବ ବୋଲି ସେ କହିଛନ୍ତି । ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ଆବଶ୍ୟକ ଜାଗା ଓ ଆବଶ୍ୟକ ଭିତ୍ତିଭୂମି ମୋହନ ସରକାର ଯୋଗାଇ ଦେବେ । ଏହି ସମୟରେ କଲେଜ ପାଠପଢାକୁ ନେଇ ଏହି ବଡ଼ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ । ମାଲକାନଗିରିରେ ୭୮ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ କଲେଜ ପାଠପଢ଼ାକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ ।