ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ସୁଯୋଗ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆୟକର ବିଭାଗରେ ଟ୍ୟାକ୍ସ ଆସିଷ୍ଟାଣ୍ଟ, ଏମଟିଏସ, ଷ୍ଟେନୋଗ୍ରାଫର, ଇନ୍ସପେକ୍ଟର, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ ଆଦି ବିଭିନ୍ନ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।ଡିସେମ୍ବର ମାସ ୨୨ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ମାସ ୧୯ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ, ଯୁକ୍ତଦୁଇ, ସ୍ନାତକ ଆଦି ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ଯୋଗ୍ୟତା ୨୫, ୨୭ ଓ ୩୦ ବର୍ଷ ରହିଛି । ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ ।ସମସ୍ତ ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ବାବଦକୁ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ସମସ୍ତ ପଦ ପାଇଁ ଦରମା ଭିନ୍ନ ଭିନ୍ନ ରହିଛି । ମୋଟ ୨୯୧ଟି ପଦରେ ପ୍ରାର୍ଥୀଙ୍କୁ ୫ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ପ୍ରାର୍ଥୀଙ୍କୁ ଏଥିରେ ନିଯୁକ୍ତି ଦିଆଯିବ ।