ଅଗଷ୍ଟ ୬ରେ ବିଏଡ ରେଜଲ୍ଟ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଏଡ୍ ପ୍ରବେଶିକା ପରୀକ୍ଷାକୁ ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏହାର ଫଳ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଛି । ତେବେ ଆସନ୍ତା ୬ ତାରିଖରେ ଫଳ ପ୍ରକାଶ ପାଇବାକୁ ରଖାଯାଇଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସେହିପରି ୫ ତାରିଖରେ ପିଜି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।