ଅକ୍ଟୋବର ୪ରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା
କଟକ : ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ପରୀକ୍ଷା ସୂଚୀ ଅନୁସାରେ ଅକ୍ଟୋବର ୪ ତାରିଖରେ ପ୍ରଥମ ସିଟିଂରେ ଓଡ଼ିଆ ଓ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ହେବ । ସେହିପରି ୫ ତାରିଖରେ ଗଣିତ, ୬ରେ ବିଜ୍ଞାନ, ୭ତାରିଖ ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ୭ ତାରିଖ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କରିଛି । ସୂଚୀ ଅନୁସାରେ ଦିନ ୧୦ଟାରୁ ୧୨ଟା ୩୦ ପ୍ରଥମ ସିଟିଂ, ସାଢ଼େ ୧ଟାରୁ ୪ଟା ଯାଏଁ ୨ୟ ସିଟିଂ ପରୀକ୍ଷା ହେବ ।