ଦୁଇ ଜଣ ସାର ଛୁଟିରେ ଗଲେ ସ୍କୁଲରେ ପଡିଲା ତାଲା

Kid with school backpack look on schoolyard towards an open entrance or exit door. Schools and preschools remain locked for children during lockdown, coronavirus pandemic and second wave of covid-19.

ସ୍କୁଲ ତିନି ଦିନ ଛୁଟି ରହିବ। କାନ୍ଥରେ ଏ ନେଇ ନୋଟିସ ମାରିଛନ୍ତି ଜୟପୁର କୋଲାବ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ । ଆଜିଠାରୁ ୯ ତାରିଖ ଯାଏ ଛୁଟି ରହିବ ବୋଲି ନୋଟିସ୍ ମରାଯାଇଛି । ସ୍କୁଲରେ ଦୁଇ ଜଣ ଶିକ୍ଷକ ରହିଛନ୍ତି । ଉଭୟ ବ୍ୟକ୍ତିଗତ କାରଣ ପାଇଁ ଛୁଟି ରହିଥିବାରୁ ଏଭଳି ଏକ ନୋଟିସ୍ ମରାଯାଇଛି । କିନ୍ତୁ ଏହି ସମୟରେ ସ୍କୁଲକୁ ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ଛାତ୍ର ଆସିପାରିବେ। ଜୟପୁର ସହରର ଇରିଗେସନ କଲୋନି ସ୍ଥିତ ଏହି ସ୍କୁଲରେ ଷଷ୍ଠରୁ ୧୦ମ ପର୍ଯ୍ୟନ୍ତ ୧୭୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି। କିନ୍ତୁ ଏହି ବିଦ୍ୟାଳୟରେ ମାତ୍ର ୨ ଜଣ ଶିକ୍ଷକ ରହିବା ଏବେ ଗୋଟିଏ ବଡ ପ୍ରଶ୍ନ। ଅଧିକା ଶିକ୍ଷକ ନ ରହିବା ଓ ଶିକ୍ଷା ବିଭାଗର ଖାମ ଖିଆଲି ନିତି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ଅଭିଭାବକ କହିଛନ୍ତି । ଆଗକୁ ପିଲାଙ୍କ ଭବିଷ୍ୟତ କଣ ହେବ ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।