ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଗଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅକ୍ଟୋବର ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ସିଙ୍ଗାପୁରର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ। ଏସିଆର ଏକ ନମ୍ବର ସ୍ଥାନରେ ଥିବା ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାବିତ୍, ଆଇଆଇଟି ଓ ଆଇଆଇଏମର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଭେଟି ଉଭୟ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଚର୍ଚ୍ଚା କରିବେ । ଶିକ୍ଷା କ୍ଷେତ୍ରରେ ଦ୍ବିପାକ୍ଷିକ ସ୍ବାର୍ଥର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବା ପାଇଁ ସେ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ ଭିକ୍ଟୋରିଆର ପ୍ରଧାନମନ୍ତ୍ରୀ ଜାକିଣ୍ଟା ଆଲାନଙ୍କୁ ଭେଟିବେ । ମୋନାଶ ବିଶ୍ବବିଦ୍ୟାଳୟର ଇନୋଭେସନ ଲ୍ୟାବ୍ ଏବଂ ସେଣ୍ଟର ଫର୍ ନାନୋ-ଫେବ୍ରିକେସନ୍ ପରିଦର୍ଶନ କରିବେ। ଅଷ୍ଟ୍ରେଲିଆରେ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିଭିନ୍ନ ପ୍ରମୁଖ ବିଶ୍ବବିଦ୍ୟାଳୟ, ଟେକ୍ନୋଲୋଜି ଏବଂ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ କରିବେ। ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ବିନିର୍ମାଣ କ୍ଷେତ୍ରରେ ଜଣାଶୁଣା ଆରଏମଆଇଟି ବିଶ୍ବବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍’ ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ଏହି ଗସ୍ତ ମେଡିକାଲ ଟେକ୍ନୋଲୋଜିର ବାଣିଜ୍ୟିକ ଏବଂ ଡ୍ରାଇଭିଂ ଇନୋଭେସନରେ ଶିଳ୍ପ-ଏକାଡେମୀ ଲିଙ୍କେଜର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟକୁ ଅନ୍ବେଷଣ କରିବ।
ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ଭାରତୀୟ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ଓ ଗବେଷଣା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଶିକ୍ଷା କ୍ଷେତ୍ରରେ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ସହଯୋଗ, ଭାଗିଦାରୀ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Next Post