ଟାଇପିଷ୍ଟ, କନିଷ୍ଠ କିରାଣୀ, DEO ପଦ ପାଇଁ ଆଡମିଟ୍ କାର୍ଡ ଜାରିହେଲା
ଟାଇପିଷ୍ଟ, କନିଷ୍ଠ କିରାଣୀ, DEO ପଦ ପାଇଁ ଆଡମିଟ୍ କାର୍ଡ ଜାରିହେଲା । ଗତ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଆଦି ପଦ ପୂରଣ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ନଭେମ୍ବର ମାସ ୧୮ ତାରିଖରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୭ ତାରିଖରେ ସମାପ୍ତ ହୋଇଥିଲା । ନିକଟରେ ଏହି ସମସ୍ତ ପଦ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ବେଳ ଏହା ମଧ୍ୟରେ ଆଡମିସନ ଲେଟର ଜାରି କରାଯାଇଛି । ଆବେଦନ କରିଥିବା ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଫେବୃଆରୀ ମାସ ୪ ତାରିଖ (ରବିବାର) ଦିନ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।