ନୂଆଦିଲ୍ଲୀ: ନକଲି ବିଶ୍ଵବିଦ୍ୟାଳୟ ନେଇ ସତର୍କ କରାଇଲା ୟୁଜିସି । ଓଡ଼ିଶାରେ ନାହିଁ, ଦେଶରେ ରହିଛି ୨୦ଟି ନକଲି ବିଶ୍ବବିଦ୍ୟାଳୟ । କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ ନୋଟିସ ଜାରି କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ଓଡ଼ିଶାରେ କୌଣସି ନକଲି ଶିକ୍ଷାନୁଷ୍ଠାନ ନଥିବାବେଳେ ଦେଶରେ ୨୦ଟି ନକଲି ବିଶ୍ଵବିଦ୍ୟାଳୟ ରହିଥିବା ୟୁଜିସି ପ୍ରକାଶ କରିଛି । ଏହି ବିଶ୍ବବିଦ୍ୟାଳୟ ଗୁଡିକ ପାଖରେ ଡିଗ୍ରୀ ସାର୍ଟିଫିକେଟ ଦେବାକୁ କୌଣସି ଯୋଗ୍ୟତା ନାହିଁ । ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ବବିଦ୍ୟାଳୟ ଥିବା ବେଳେ ଉତ୍ତରପ୍ରଦେଶରେ ୪ଟି, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ୨ଟି ଲେଖାଏଁ ବିଶ୍ବବିଦ୍ୟାଳୟ ରହିଛି । ପଣ୍ଡିଚେରୀ, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post