ଯୁକ୍ତ ୩: ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ

ଯୁକ୍ତ ୩ କଲେଜରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା ପ୍ରକାଶ ପାଇଛି । ନାମଲେଖା ପ୍ରକ୍ରିୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟର କଟ୍ ଅଫ୍ ମାର୍କ ରେକର୍ଡ ସୃଷ୍ଟି କରିଛି । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ବିଜେବି, ସଂସ୍କୃତ ବିଭାଗରେ ଶ୍ରୀ ରାଧାମୋଧନ ସଂସ୍କୃତ ଡିଗ୍ରୀ କଲେ. ଆଇନ ବିଭାଗରେ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟର କଟ୍ ଅଫ୍ ମାର୍କ ଶୀର୍ଷରେ ରହିଛି ।

୨୦୨୪-୨୫ ଶିକ୍ଷା ବର୍ଷରେ ୨ ଲକ୍ଷ ୭୪ ହଜାର ୩୩୧ ସିଟରେ ନାମଲେଖା ପାଇଁ ୨ ଲକ୍ଷ ୩୭ ହଜାର ୭୯୫ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୯୭୬ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ ।