NEET MDS 2024 ପରୀକ୍ଷା କେବେ ହେବ ?
ନ୍ୟସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍ ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସର୍ଜରୀ(NEET MDS) 2024 ପରୀକ୍ଷା ପାଇଁ ଆବେଦନ ତାରିଖକୁ ବୃଦ୍ଧି କରିଛି । ବର୍ତ୍ତମାନ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଆବେଦନ କରିପାରିବେ । କହିରଖୁଛୁ ମାର୍ଚ୍ଚ ୯ରେ ଉକ୍ତ ପରୀକ୍ଷା ପାଇଁ ରେଜିଷ୍ଟ୍ରସନ୍ ପ୍ରକ୍ରିୟା ଶେଷ ହୋଇଯାଇଥିଲା । NEET MDS 2024 ପରୀକ୍ଷା ପାଇଁ https://natboard.edu.in ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ସେହିପରି NEET MDS ପରୀକ୍ଷା ପାଇଁ ଯୋଗ୍ୟତା ଉଦେ୍ଦଶ୍ୟରେ ଇଣ୍ଟର୍ଣ୍ଣଶିପର ଶେଷ ତାରିଖ ଜୁନ୍ ୩୦କୁ ବୃଦ୍ଧି କରିଦିଆଯାଇଛି ।
NEET MDS 2024 ପରୀକ୍ଷା କେବେ ହେବ ?
ମାର୍ଚ୍ଚ ୧୮ରେ NEET MDS 2024 ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଫର୍ମ ପୂରଣ କରିବା ପାଇଁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରୀକ୍ଷା ପାଇଁ ଆବେଦନ କରିବା ପୂର୍ବରୁ ସମସ୍ତ ବିବରଣୀ ଭଲ ଭାବେ ଯାଞ୍ଚ କରିଦିଅନ୍ତୁ । କାରଣ ବର୍ତ୍ତମାନ ଆବେଦନ ଫର୍ମରେ ତୃଟି ହେଲେ ତୃଟି ସୁଧାର ପାଇଁ ସୁଯୋଗ ଦିଆଯିବ ନାହିଁ ।
ମାର୍ଚ୍ଚ ୧୫ରେ NEET MDS ପାଇଁ ଆଡମିଟ୍ କାର୍ଡ଼ ପ୍ରକାଶ ପାଇବ । ତେବେ https://natboard.edu.in ଅଫିସିଆଲ ୱେବସାଇଟକୁ ଯାଇ ଆଡମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବା । ବିନା ଆଡମିଟ୍ କାର୍ଡ଼ରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ନାହିଁ ।