ଶିକ୍ଷକଙ୍କ ପରେ ଏବେ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଶିକ୍ଷକମାନେ ସେମାନଙ୍କ ଦାବି ପାଇଁ ଧାରଣା ଦେଇଥିବା ବେଳେ ମିଡ ଡେ ମିଲ ରାନ୍ଧୁଥିବା ମହିଳାମାନେ ମଧ୍ୟ ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି ।  କାମ ଅଧିକ ଦରମା କମ । ସରକାର ଖେଳୁଛନ୍ତି ଜୀବନ ସହ । ସମାନ କାମକୁ ସମାନ ଦରମା କାହିଁକି ମିଳୁନି ।  ଗାନ୍ଧୀ ମାର୍ଗରେ ଶହ ଶହ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନବେଳେ ସେମାନେ ଏଭଳି ପ୍ରଶ୍ନ କରିଛନ୍ତି । । ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଦେଉଛନ୍ତି ।  ଗାନ୍ଧୀମାର୍ଗରେ ଦିନ ସାରା ପ୍ରତିବାଦ ପରେ ରାତିରେ ଖୋଲା ଆକାଶ ତଳେ ଶୋଉଛନ୍ତି ମହିଳା ।  ନଖାଇ ନପିଇ ଶହ ଶହ ସଂଖ୍ୟାରେ ମହିଳା ରାସ୍ତାରେ ରାତି ବିତାଇଛନ୍ତି । ଆଗକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ କରିବେ ବୋଲି ଏମାନେ ଚେତାବନୀ ଦେଇଛନ୍ତି । ସରକାର ଏମାନଙ୍କ ଦାବି ପୂରଣ କରିବା ପାଇଁ ଆଲୋଚନା ସେମାନେ ଚାହୁଁଛନ୍ତି ।