ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାଁରେ ନାମିତ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ
କଳାହାଣ୍ଡି : କଳାହାଣ୍ଡି ୟୁନିଭର୍ସିଟି ନାଁ ବଦଳିଛି। କଳାହାଣ୍ଡି ୟୁନିଭର୍ସିଟି ନାଁ ମା’ମାଣିକେଶ୍ୱରୀ ୟୁନିଭର୍ସିଟି ନାଁରେ ନାମିତ ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟପଟେ କଳାହାଣ୍ଡିରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି ।