କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛି ଏବଂ ମୃତ୍ୟୁ ପ୍ରକୋଷ୍ଠରେ ପରିଣତ ହୋଇଛି – ସୁପ୍ରିମ୍‌କୋର୍ଟ

ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ତିନିଜଣ ଆଇଏଏସ ଆଶାୟୀଙ୍କ ମୃତ୍ୟୁ ପରେ ସୋମବାର ଦିନ ସୁପ୍ରିମକୋର୍ଟ ଏହାକୁ ଏକ ‘ଆଖି ଖୋଲିବା’ ପରି ଘଟଣା ବୋଲି କହିଛନ୍ତି। କୋର୍ଟ କୋଚିଂ ସେଣ୍ଟରଗୁଡ଼ିକୁ “ଡେଥ୍ ଚାମ୍ବର” ବା ମୃତ୍ୟୁର ପ୍ରକୋଷ୍ଠ ବୋଲି ମଧ୍ୟ କହିଛନ୍ତି। ଏହା ଛାତ୍ରମାନଙ୍କ ଜୀବନ ସହିତ ଖେଳୁଛି ବୋଲି ସୁପ୍ରିମ୍‌କୋର୍ଟ ତାଙ୍କ ଶୁଣାଣିରେ ପ୍ରକାଶ କରିଛନ୍ତି।

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବା ପରେ କୋଚିଂ ସେଣ୍ଟର ଫେଡେରେସନ୍ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଦେଇଥିବାରୁ କୋର୍ଟ କହିଛନ୍ତି ଯେ କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛି ଏବଂ ମୃତ୍ୟୁ ପ୍ରକୋଷ୍ଠରେ ପରିଣତ ହୋଇଛି। କୋଚିଂ ସେଣ୍ଟରଗୁଡ଼ିକର ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌ ବା ଏନ୍‌ଓସି ନାହିଁ।

କୋଚିଂ ସେଣ୍ଟରରେ ସୁରକ୍ଷା ନିୟମ ଲାଗୁ ହେଉଛି କି ନାହିଁ ବୋଲି କୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାରେ କୋର୍ଟଙ୍କୁ ସହାୟତା କରିବାକୁ ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଯଦି କୋଚିଂ ସେଣ୍ଟରଗୁଡିକ ସୁରକ୍ଷା ନିୟମ ପୂରଣ ନକରନ୍ତି, ତେବେ ସେମାନଙ୍କୁ ଏକ ଅନଲାଇନ୍ ମୋଡକୁ ସ୍ଥାନାନ୍ତର କରାଯିବା ଉଚିତ୍। ତେବେ ଏହା ବର୍ତ୍ତମାନ ସୁଦ୍ଧା କରାଯାଉ ନାହିଁ ବୋଲି ଏଥିରେ ଦର୍ଶାଯାଇଛି।

କୋଚିଂ ସେଣ୍ଟର୍‌ରେ ପାଣି ପଶି ହୋଇଥିବା ମୃତ୍ୟୁ ମାମଲାରେ ଦିଲ୍ଲୀ ସିଭିକ୍‌ ବଡି ମୁଖ୍ୟଙ୍କୁ ସମନ୍‌ ଜାରି କରିଛନ୍ତି ହାଇକୋର୍ଟ। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ବରିଷ୍ଠ ଅଧିକାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କାରଣରୁ ହୋଇଛି ସମନ।