ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା ସରକାରଙ୍କ ଅଧିନରେ ୧୩୦୦ ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନ କରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ପ୍ରାର୍ଥୀମାନେ ଅକ୍ଟୋବର ୧୫ ତାରିଖ ସୁଦ୍ଧା ଅନଲାଇନରେ ରେଜିଷ୍ଟ୍ରେସନ କରିବା ସହିତ ଓ ୨୦ ତାରିଖ ସୁଦ୍ଧା ଅନଲାଇନରେ ଆପ୍ଲିକେସନ ସବମିଟ୍ କରିପାରିବେ । ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଏ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ୯୨୧ଟି ଲ୍ୟାବ ଟେକ୍ନିସିଆନ ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏଥିପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ସହିତ ମେଡିକାଲ ଲାବୋରେଟୋରି ଟେକ୍ନୋଲୋଜିରେ ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।ସେହିପରି ଓଏସଏସଏସସି ପକ୍ଷରୁ ୩୭୮ଟି ରେଡିଓଗ୍ରାଫର ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧-୩୮ ମଧ୍ୟରେ ରହିବା ସହିତ ସେ ପ୍ରାସଙ୍ଗିକ ବିଭାଗରେ ଯୁକ୍ତଦୁଇ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ ।
Trending
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
Next Post