ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର । ସେକ୍ସନ ଅଫିସର, ଆସିଷ୍ଟାଣ୍ଟ, ପ୍ରୋଫେସନାଲ ଆସିଷ୍ଟାଣ୍ଟ, ପ୍ରୋଇଭେଟ ସେକ୍ରେଟାରୀ, କନିଷ୍ଠ ବିଭାଗ କିରାଣୀ, ମଲ୍ଟି ଟାସ୍କିଂ ଷ୍ଟାଫ, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ସେମି ପ୍ରୋଫେସନାଲ ଆସିଷ୍ଟାଣ୍ଟ, ଜୁନିୟର ଲାଇବ୍ରେରୀ ଆସିଷ୍ଟାଣ୍ଟ, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଆଦି ୧୧ ପ୍ରକାର ପଦରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ନର୍ଥ- ଇଷ୍ଟର୍ଣ୍ଣ ହିଲ ୟୁନିଭରସିଟି (ନେହୁ) ପକ୍ଷରୁ ଆସିଛି ଏଭଳ ଏକ ନିଯୁକ୍ତି ସୁଯୋଗ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ବିବରଣୀ ଜାଣିପାରିବେ । ପ୍ରାର୍ଥୀମାନେ ଡିସେମ୍ବର ମାସ ୨ ତାରିଖ ସୁଦ୍ଧା ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ । ସର୍ବାଧିକ ବୟସ ସୀମା ୩୫ ବର୍ଷ ରଖାଯାଇଥିବା ବେଳେ ନିୟମ ମୁତାବକ କୋହଳ କରାଯିବ ।ଜେନେରାଲ / ଇଡବ୍ଲ୍ୟୁଏସ / ଓବିସି ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଫିସ ରହିଥିବା ବେଳେ ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି । ସେହିପରି ପିଡବ୍ଲୁବିଡି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ ଜରିଆରେ ଗ୍ରହଣ କରାଯିବ । ସମସ୍ତ ପଦର ସଂଖ୍ୟା ଅଲଗା ଅଲଗା ରହିଛି । ଆବେଦନ କରିବା ପୂର୍ବରୁ ବିଜ୍ଞାପନକୁ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Next Post