ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ
ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ । ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ସମ୍ଭାବନା । ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା । ମାଟ୍ରିକ୍ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ । ପରୀକ୍ଷା ଫଳ ସହ ରହିଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରଦାନ ଯୋଜନା ସାଧାରଣ ନିର୍ବାଚନ ପାଇଁ ବିଳମ୍ୱରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଚର୍ଚ୍ଚା । ପରୀକ୍ଷା ଫଳ ବାହାରିବା ସମୟରେ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ଡିଜିଟାଲ ସାର୍ଟିଫିକେଟ ବ୍ୟବସ୍ଥା ପ୍ରଥମ ଥର ପାଇଁ ପ୍ରଚଳିତ ହେବାର ଯୋଜନା ଥିବାରୁ ତ୍ରୁଟିଶୂନ୍ୟ ସାର୍ଟିଫିକେଟ ପ୍ରସ୍ତୁତି ପାଇଁ ବୋର୍ଡ ପକ୍ଷରୁ ଏକ୍ସପର୍ଟଙ୍କ ସହାୟତା ଦିଆଯାଇଛି ।ଫଳ ପ୍ରକାଶନ ପରେ କୃତୀ ପରୀକ୍ଷାର୍ଥୀଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ । ପରୀକ୍ଷାର୍ଥୀମାନେ କିପରି ହ୍ୱାଟସଆପରେ ନିଜ ନିଜର ରେଜଲ୍ଟ ଜାଣିପାରିବେ ତା’ ଉପରେ ମଧ୍ୟ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି ।