ଆର୍ମୀ ପବ୍ଲିକ ସ୍କୁଲ ଆଣିଦେଉଛି ବ୍ୟାପକ ସୁବିଧା । ସରକାରୀ ସହ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷକତା ସୁବିଧା ଦେବ ଆର୍ମୀ ପବ୍ଲିକ ସ୍କୁଲ । ତେଣୁ ଆର୍ମୀ ପବ୍ଲିକ ସ୍କୁଲରେ ବାହାରିଥିବା ଶିକ୍ଷକ ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ ।ଏହି ପଦ ସ୍ନାତକୋତ୍ତର ଶିକ୍ଷକ, ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ, ପ୍ରାଥମିକ ଶିକ୍ଷକ, ଲାବରେଟୋରିଆନ, ଲ୍ୟାବ ଆସିଷ୍ଟାଣ୍ଟ, ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକ୍ଟର, କ୍ଲର୍କ ଓ ଆକାଉଣ୍ଟାଣ୍ଟ ପାଇଁ ରହିଛି । ମୁଖ୍ୟତଃ ରାଞ୍ଚି, ପାନାଗଡ, ଲକ୍ଷ୍ନୌ ଆର୍ମୀ ସ୍କୁଲ ପାଇଁ ବାହାରିଛି । ଆବେଦନ କରିବାକୁ ହେଲେ ସ୍କୁଲର ଆଧିକାରିକ ୱେବସାଇଟ awesindia.comକୁ ଯାଇ ଅଧିକ ତଥ୍ୟ ସଂଗ୍ରହ କରନ୍ତୁ ।ଏହି ସବୁ ପଦବୀ ପାଇଁ ଇଛା ରଖୁଥିଲେ କିଛି ମୌଳିକ ତଥ୍ୟ ଜାଣି ରଖନ୍ତୁ । ସିଲେକ୍ସନ ପାଇଁ ବିଭିନ୍ନ ଚରଣର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ । ପ୍ରଥମେ ଆଶାୟୀ ଲିଖିତ ପରୀକ୍ଷା ଦେବେ । ତା ପରେ ଇଣ୍ଟର୍ଭ୍ୟୁ ଦେବାକୁ ହେବ । ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଟିଚିଂ ସ୍କିଲ୍ ଓ କମ୍ପ୍ୟୁଟର ଜ୍ଞାନ ଆଧାରରେ ଚୟନ କରାଯିବ ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post