ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାର ଟାଇମ୍ ଟେବୁଲ୍ ଜାରି ହେଲା
ଯୁକ୍ତଦୁଇ ବାର୍ଷିକ ପରୀକ୍ଷାର ଟାଇମ୍ ଟେବୁଲ୍ ଜାରି କରାଯାଇଛି । କେଉଁ ଦିନ କେଉଁ ସମୟରେ କେଉଁ ବିଷୟ ପରୀକ୍ଷା ରହିଛି ତାହାକୁ ଛାତ୍ରଛାତ୍ରୀମାନେ ଚେକ୍ କରିପାରିବେ । ଫେବୃଆରୀ ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ), ଓଡ଼ିଶା ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।କଳା, ବିଜ୍ଞାନ, ବାଣିଜ୍ୟ ସମେତ ଡିଷ୍ଟାନ୍ସ ମୋଡ଼ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଟାଇମ୍ ଟେବୁଲ ଜାରି କରଯାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଜ ନିଜର ପରୀକ୍ଷା ସମ୍ବନ୍ଧୀୟ ବିବରଣୀ ପାଇ ପାରିବେ । ୧୬ ତାରିଖ ଶୁକ୍ରବାର ଦିନ ସକାଳ ୧୦ଟାର ମଧ୍ୟାହ୍ନ ୧ଟାରେ ବିଜ୍ଞାନ ଓ ଏମଆଇଏଲ (ଓଡ଼ିଆ) ପରୀକ୍ଷା ରହିଛି । ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କ ପାଇଁ ଏହା ସ୍ଥିରୀକୃତ ହୋଇଛି ।