ପିଲାଙ୍କ ପାଇଁ ତିଆରି ହେଉଥିବା ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଲୋଚନା କରାଯାଉଛି । ଏଥର ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ନ ଦେବାକୁ ସରକାରଙ୍କ ଚିଠି ଲେଖି ଅନୁରୋଧ କରିଛନ୍ତି ଜଣେ ଡାକ୍ତର । ଏଭଳି ଖାଦ୍ୟ ଖାଇବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା ଆଶଙ୍କା କରାଯାଉଛି । ଏଥିପାଇଁ ମଧୁମେହ କିମ୍ବା ମୋଟାପଣ ଭଳି ରୋଗ ଗ୍ରାସ କରିଥାଏ ।ଶିଶୁ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍ ସ୍କୁଲରେ ମଧ୍ୟାହ୍ନ ଯୋଜନାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ପତ୍ର ଲେଖିଛନ୍ତି । ମଧ୍ୟାହ୍ନ ଭୋଜନରେ ଚିନିଯୁକ୍ତ ଖାଦ୍ୟ ପଦାର୍ଥ ଦେବା ବନ୍ଦ କରିବା ପାଇଁ ଏଥିରେ ଦାବି ହୋଇଛି । ଚିଠିରେ କୁହାଯାଇଛି ଯେ, ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ଭୋଜନରେ ୨୫ ଗ୍ରାମ୍ ଚିନି ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଖାଦ୍ୟରେ ୪୫ ଗ୍ରାମ ଚିନି ସାମିଲ କରାଯିବ । ମାହା ଶିଶୁରୋଗ ଆସୋସିଏସନ୍ ର ଅଧ୍ୟକ୍ଷ ଡା. ରାମଗୋପାଳ ଚେଜାରା କହିଛନ୍ତି ଯେ, ଆମକୁ ପ୍ରତିଦିନ ୨୫ ଗ୍ରାମ ଚିନିର ଆବଶ୍ୟକତା ରହିଛି । ଚିନି ୨ ପ୍ରକାରର ହୋଇଥାଏ । ଏକ ମିଶ୍ରଣ ଚିନି ହୋଇଥିବା ବେଳେ ଆଉ ଏକ ଖାଦ୍ୟ ପଦାର୍ଥରେ ପ୍ରାକୃତିକ ପଦ୍ଧତିରେ ସାମିଲ ରହିଥାଏ । ପିଲାମାନେ ଗୋଟିଏ ଦିନରେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖାଇଥାନ୍ତି । ଏହାଦ୍ୱାରା ସେମାନଙ୍କର ଚିନିର ମାତ୍ରା ବୃଦ୍ଧି ହୋଇଥାଏ ।ଏହାପରେ ଡା. ଚେଜାରା କହିଛନ୍ତି ଯେ, ଏହି ଖାଦ୍ୟରେ ୨୫ ଗ୍ରାମ ଏବଂ ୪୫ ଗ୍ରାମ ଚିନି ମିଶାଇବା ଦ୍ୱାରା ପିଲାମାନେ ମଧୁମେହ ଏବଂ ମୋଟାପଣ ଭଳି ରୋଗର ଶିକାର ହୋଇପାରନ୍ତି । ତେଣୁ ସରକାରଙ୍କୁ ଡାକ୍ତରଙ୍କ ତରାଫରୁ ଆବେଦନ କରାଯାଇଛି ଯେ, ମଧ୍ୟାହ୍ନ ଭୋଜନରେ ଏହି ମିଠାଜାତୀୟ ଖାଦ୍ୟପଦାର୍ଥ ଦେବା ବନ୍ଦ କରନ୍ତୁ ।
Trending
- ଆଜି ନୀଳାଦ୍ରି ବିଜେ,ମହାପ୍ରଭୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ
- ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬’ର ବିଜେତା ଭାବେ ଇତିହାସ ସୃଷ୍ଟି କଲେ ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ
- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ , ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ
- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ପ୍ରହ୍ଲାଦ ଯୋଶୀ
- ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ , ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି,ମିଳିଲା ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ
- ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ, ଯବନାଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ
- ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି,ମନ୍ କୀ ବାତ୍’ରେ କାର୍ଗିଲ୍ ବୀରଙ୍କ ବୀରତ୍ୱ ଏବଂ ସାହସର କଥାକୁ ମନେପକାଇଲେ ମୋଦୀ
- ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହରିହର ଯୋର ଡ୍ୟାମର ୪ଟି ଗେଟ୍,ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
- ଆଜି ରଥ ଉପରେ ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି ,ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ୯ଟି ମାଟି ହାଣ୍ଡି
- ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Prev Post
Next Post