ପିଲାଙ୍କ ପାଇଁ ତିଆରି ହେଉଥିବା ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଲୋଚନା କରାଯାଉଛି । ଏଥର ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ନ ଦେବାକୁ ସରକାରଙ୍କ ଚିଠି ଲେଖି ଅନୁରୋଧ କରିଛନ୍ତି ଜଣେ ଡାକ୍ତର । ଏଭଳି ଖାଦ୍ୟ ଖାଇବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା ଆଶଙ୍କା କରାଯାଉଛି । ଏଥିପାଇଁ ମଧୁମେହ କିମ୍ବା ମୋଟାପଣ ଭଳି ରୋଗ ଗ୍ରାସ କରିଥାଏ ।ଶିଶୁ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍ ସ୍କୁଲରେ ମଧ୍ୟାହ୍ନ ଯୋଜନାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ପତ୍ର ଲେଖିଛନ୍ତି । ମଧ୍ୟାହ୍ନ ଭୋଜନରେ ଚିନିଯୁକ୍ତ ଖାଦ୍ୟ ପଦାର୍ଥ ଦେବା ବନ୍ଦ କରିବା ପାଇଁ ଏଥିରେ ଦାବି ହୋଇଛି । ଚିଠିରେ କୁହାଯାଇଛି ଯେ, ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ଭୋଜନରେ ୨୫ ଗ୍ରାମ୍ ଚିନି ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଖାଦ୍ୟରେ ୪୫ ଗ୍ରାମ ଚିନି ସାମିଲ କରାଯିବ । ମାହା ଶିଶୁରୋଗ ଆସୋସିଏସନ୍ ର ଅଧ୍ୟକ୍ଷ ଡା. ରାମଗୋପାଳ ଚେଜାରା କହିଛନ୍ତି ଯେ, ଆମକୁ ପ୍ରତିଦିନ ୨୫ ଗ୍ରାମ ଚିନିର ଆବଶ୍ୟକତା ରହିଛି । ଚିନି ୨ ପ୍ରକାରର ହୋଇଥାଏ । ଏକ ମିଶ୍ରଣ ଚିନି ହୋଇଥିବା ବେଳେ ଆଉ ଏକ ଖାଦ୍ୟ ପଦାର୍ଥରେ ପ୍ରାକୃତିକ ପଦ୍ଧତିରେ ସାମିଲ ରହିଥାଏ । ପିଲାମାନେ ଗୋଟିଏ ଦିନରେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖାଇଥାନ୍ତି । ଏହାଦ୍ୱାରା ସେମାନଙ୍କର ଚିନିର ମାତ୍ରା ବୃଦ୍ଧି ହୋଇଥାଏ ।ଏହାପରେ ଡା. ଚେଜାରା କହିଛନ୍ତି ଯେ, ଏହି ଖାଦ୍ୟରେ ୨୫ ଗ୍ରାମ ଏବଂ ୪୫ ଗ୍ରାମ ଚିନି ମିଶାଇବା ଦ୍ୱାରା ପିଲାମାନେ ମଧୁମେହ ଏବଂ ମୋଟାପଣ ଭଳି ରୋଗର ଶିକାର ହୋଇପାରନ୍ତି । ତେଣୁ ସରକାରଙ୍କୁ ଡାକ୍ତରଙ୍କ ତରାଫରୁ ଆବେଦନ କରାଯାଇଛି ଯେ, ମଧ୍ୟାହ୍ନ ଭୋଜନରେ ଏହି ମିଠାଜାତୀୟ ଖାଦ୍ୟପଦାର୍ଥ ଦେବା ବନ୍ଦ କରନ୍ତୁ ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post