ବିଦ୍ୟାଳୟ ଶିକ୍ଷାରେ ଆଣିବ ନୂଆ କ୍ରାନ୍ତି
ଶିକ୍ଷାରେ ନୂଆ କ୍ରାନ୍ତି ଆଣିବା ଦିଗରେ ପିଏମ ଶ୍ରୀ ସ୍କୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ଉତ୍ତରପ୍ରଦେଶରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପିଏମ ଶ୍ରୀ ସ୍କୁଲ ଲୋକାର୍ପଣ ଅବସରରେ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ୯୨୮ଟି ବିଦ୍ୟାଳୟ ଏବଂ ୮୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟକୁ ପିଏମ ଶ୍ରୀ ସ୍କୁଲରେ ବିକଶିତ କରାଯାଇଛି । ବିଦ୍ୟାଳୟରେ ଉତ୍ତମ ଓ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ବିଶ୍ୱମାନର ଶିକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଏଜେଣ୍ଡା । ଏହି ମର୍ମରେ ଉତ୍ତରପ୍ରଦେଶରେ ପିଏମ ଶ୍ରୀ ଅନ୍ତର୍ଗତ ୧୦୦୦ରୁ ଅଧିକ ବିଦ୍ୟାଳୟର ଉନ୍ନତି ଏବଂ ଆଧୁନିକୀକରଣ କରାଯାଇଛି ।