ବଢିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ
ସରକାର ବିଭିିନ୍ନ ଷ୍ଟ୍ରିମ୍ରେ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଫଳରେ ଏବେ ସେମାନଙ୍କ ଉପରେ ଆଉ ଅଧିକ ଆର୍ଥିକ ବୋଝ ପଡିବ ନାହିଁ ।
ଏବେ ଡି.ଫାର୍ମା ଛାତ୍ରଙ୍କୁ ମାସିକ ମିଳିବ ୫୦୦ଟଙ୍କା ଷ୍ଟାଇପେଣ୍ଡ । ସେହିପରି ଏଏନଏମ୍ ପିଲାଙ୍କୁ ମାସିକ ୨ ହଜାର ଟଙ୍କା ମିଳିବ । ବିଏସସି(ଏନ୍) ଇଣ୍ଟର୍ନସିପ ଲାଗି ମାସକୁ ମିଳିବ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ । କ୍ଲିନିକାଲ ସାଇକୋଲଜିରେ ଏମ୍.ଫିଲ୍ ଛାତ୍ରଙ୍କୁ ମାସିକ ମିଳିବ ୧୦ ହଜାର ଷ୍ଟାଇପେଣ୍ଡ । ସାଇକାଟ୍ରିକ୍ ସୋସିଆଲ ୱାର୍କ ଏମଫିଲ୍ ଛାତ୍ରଙ୍କୁ ମିଳିବ ୧୦ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।