ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପ୍ରଫେସର ଅଫ୍ ପ୍ରାକ୍ଟିସ (ପିଓପି) ସଂଖ୍ୟା ବଢ଼ାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ ଅଲଗା ଅଲଗା କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ଆବେଦନ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଏହି ପଦରେ ଭର୍ତ୍ତି ପାଇଁ ଶିକ୍ଷାନୁଷ୍ଠାନକୁ ଇଣ୍ଡଷ୍ଟ୍ରି ଓ ଏକ୍ସପର୍ଟଙ୍କୁ ଆଣିବା ଏହାର ଉଦ୍ଦେଶ୍ୟ ବୋଲି ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି ।ପିଓପି ପଦ ସଂଖ୍ୟା ବୃଦ୍ଧି ସହିତ ଏହାର ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଛି । ଏ ବାବଦରେ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://କ୍ଟ୍ରକ୍ଟକ୍ଟ୍ର.ଙ୍କଶମ.ବମ.ସଦ୍ଭ/କୁ ଯାଇ ଚେକ୍ କରିପାରିବେ । ପିଇପି ହେବା ପରେ ପ୍ରାର୍ଥୀଙ୍କ ନିକଟରେ ନିଜ କ୍ଷେତ୍ରରେ ଅତିକମରେ ୧୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ ।ପିଓପି ପାଇଁ ୟୁଜିସି ନୂଆ ଗାଇଡଲାଇନ୍ସ ଜାରି କରିଛି । ୟୁଜିସି ମୁତାବକ, ଇଞ୍ଜିନିୟରିଂ, ବିଜ୍ଞାନ, ମିଡ଼ିଆ, ଲେକଚର, ସାମାଜିକ ବିଜ୍ଞାନ, ଲଳିତ କଳା, ସିଭିଲ ସେବା ଓ ସଶସ୍ତ୍ର ବଳ ପରି କ୍ଷେତ୍ରର ଅନୁଭବୀଙ୍କୁ ଏହି ଶ୍ରେଣୀରେ ନିଯୁକ୍ତି ଦିଆଯିବ । ସେଥିପାଇଁ ୟିଜିସି ନେଟ ବା ପିଏଚଡିର ଆବଶ୍ୟକତା ନାହିଁ । ପିଓପି କଣ୍ଟ୍ରାକ୍ଟ ପ୍ରାରମ୍ଭିକ ଭାବେ ୧ ବର୍ଷ ପାଇଁ ହୋଇପାରେ । କୌଣସି ସଂସ୍ଥାରେ ପିଓପି ସେବା ଅତିବେଶିରେ ୩ ବର୍ଷରୁ ଅଧିକ ହୋଇନପାରେ । କୌଣସି ବିଶେଷ ପରିସ୍ଥିତିରେ ଏହାକୁ ୧ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post