ସାରା ଦେଶରେ ୟୁଜିସି-ନେଟ ଏବଂ ନୀଟ-ୟୁଜି ପରୀକ୍ଷାର ପେପର ଲିକ ମାମଲାକୁ ନେଇ ଆନ୍ଦୋଳନ ଦେଖାଦେଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଖୁବଶୀଘ୍ର ବଡ଼ ପଦକ୍ଷେପ ନିଆଯିବ । ସର୍ବପ୍ରଥମେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ଅନିୟମିତତା ସଂପର୍କରେ ସରକାର ମଧ୍ୟ ଏନଟିଏରୁ ସୂଚନା ପାଇଛନ୍ତି ।କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଏହି ମାମଲାର ଆଭ୍ୟନ୍ତରୀଣ ଅନୁସନ୍ଧାନ ଚାଲିଛି । ଏନଟିଏର ବ୍ୟବସ୍ଥାକୁ ସୁଧାରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଉଛି । ମୁଁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ସ୍ୱୀକାର କରୁଛି । ଶିକ୍ଷା ମନ୍ତ୍ରୀ ଭାବେ ମୁଁ ଏହାର ନୈତିକ ଦାୟିତ୍ୱ ବହନ କରୁଛି । ନୀଟ ଏବଂ ୟୁଜିସି ନେଟ ମାମଲା ଭିନ୍ନ ଭିନ୍ନ ଅଟେ । ଆମ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ହିତ ପାଇଁ ଚିନ୍ତା କରିବା ଆମର ପ୍ରଥମ ଦାୟିତ୍ୱ । ସେନାଙ୍କ ଭବିଷ୍ୟତ କାହାକୁ ଖେଳିବାକୁ ଦିଆଯିବନାହିଁ । ଯିଏ ଦୋଷୀ ତାଙ୍କୁ ତ୍ରାହି ଦିଆଯିବନାହିଁ । ବିହାର ପୋଲିସ ମଧ୍ୟ ନୀଟ ମାମଲାରେ ଯାଞ୍ଚ କରୁଛି । ଖୁବଶୀଘ୍ର ଏହାର ଜଡ ପର୍ଯ୍ୟନ୍ତ ଆମେ ପହଞ୍ଚିବୁ ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Next Post