ସାରା ଦେଶରେ ୟୁଜିସି-ନେଟ ଏବଂ ନୀଟ-ୟୁଜି ପରୀକ୍ଷାର ପେପର ଲିକ ମାମଲାକୁ ନେଇ ଆନ୍ଦୋଳନ ଦେଖାଦେଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଖୁବଶୀଘ୍ର ବଡ଼ ପଦକ୍ଷେପ ନିଆଯିବ । ସର୍ବପ୍ରଥମେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ଅନିୟମିତତା ସଂପର୍କରେ ସରକାର ମଧ୍ୟ ଏନଟିଏରୁ ସୂଚନା ପାଇଛନ୍ତି ।କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଏହି ମାମଲାର ଆଭ୍ୟନ୍ତରୀଣ ଅନୁସନ୍ଧାନ ଚାଲିଛି । ଏନଟିଏର ବ୍ୟବସ୍ଥାକୁ ସୁଧାରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଉଛି । ମୁଁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ସ୍ୱୀକାର କରୁଛି । ଶିକ୍ଷା ମନ୍ତ୍ରୀ ଭାବେ ମୁଁ ଏହାର ନୈତିକ ଦାୟିତ୍ୱ ବହନ କରୁଛି । ନୀଟ ଏବଂ ୟୁଜିସି ନେଟ ମାମଲା ଭିନ୍ନ ଭିନ୍ନ ଅଟେ । ଆମ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ହିତ ପାଇଁ ଚିନ୍ତା କରିବା ଆମର ପ୍ରଥମ ଦାୟିତ୍ୱ । ସେନାଙ୍କ ଭବିଷ୍ୟତ କାହାକୁ ଖେଳିବାକୁ ଦିଆଯିବନାହିଁ । ଯିଏ ଦୋଷୀ ତାଙ୍କୁ ତ୍ରାହି ଦିଆଯିବନାହିଁ । ବିହାର ପୋଲିସ ମଧ୍ୟ ନୀଟ ମାମଲାରେ ଯାଞ୍ଚ କରୁଛି । ଖୁବଶୀଘ୍ର ଏହାର ଜଡ ପର୍ଯ୍ୟନ୍ତ ଆମେ ପହଞ୍ଚିବୁ ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Next Post