ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଦ୍ୱାଦଶ ବୋର୍ଡ ଫଳାଫଳରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କକୁ ଅନ୍ତର୍ଭୁକ୍ତ କରାଯିବ । ଦ୍ୱାଦଶ ବୋର୍ଡ ପରୀକ୍ଷାରେଁ ଏକ ନୂଆ ମୂଲ୍ୟାଙ୍କନ ମଡେଲ ଲାଗୁ କରିବାକୁ ଏନସିଇଆରଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଛାତ୍ରଛାତ୍ରୀଙ୍କର ନବମରୁ ଏକାଦଶ ଶ୍ରେଣୀର ପ୍ରଦର୍ଶନକୁ ଦ୍ୱାଦଶ ଶ୍ରେଣୀର ମୂଲ୍ୟାଙ୍କନ ସମୟରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।ଏନସିଇଆରଟିର ପରଫର୍ମାନ୍ସ ଆସେସମେଣ୍ଟ, ରିଭ୍ୟୁ ଓ ନଲେଜର ସମଗ୍ର ବିକାଶର ବିଶ୍ଲେଷଣ (ପ୍ରକାଶ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଛାତ୍ରଛାତ୍ରୀଙ୍କ ନବମରୁ ଏକାଦଶ ଶ୍ରେଣୀର ପ୍ରଦର୍ଶନ ଆଧାରରେ ଦ୍ୱାଦଶ ଶ୍ରେଣୀର ମୂଲ୍ୟାଙ୍କନ କରାଯିବ । ସେଥିରେ ବ୍ୟବସାୟିକ ଓ କୌଶଳ-ଆଧାରିତ ପ୍ରଶିକ୍ଷଣକୁ ମଧ୍ୟ ସାମିଲ କରାଯିବ । ‘ଶିକ୍ଷା ବୋର୍ଡମାନଙ୍କ ମଧ୍ୟରେ ସମକକ୍ଷ ସ୍ଥାପନ କରିବା’ ଶୀର୍ଷକ ରିପୋର୍ଟରେ ଏହା କୁହାଯାଇଛି । ଏହି ମଡେଲ ଅନୁସାରେ, ନବମ ଶ୍ରେଣୀରେ ୧୫ ପ୍ରତିଶତ, ଦଶମରେ ୨୦ ପ୍ରତିଶତ, ଏକାଦଶରେ ୨୫ ପ୍ରତିଶତ ଓ ଶେଷ ୪୦ ପ୍ରତିଶତ ଅଙ୍କ ଦ୍ୱାଦଶରୁ ନିଆଯିବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post